ମହିଳାଙ୍କ ଜଙ୍ଘକୁ ଛୁଇଁବା ଦୁଷ୍କର୍ମ ସହ ସମାନ: ହାଇକୋର୍ଟ

ଦେଶରେ ଦୁଷ୍କର୍ମ ମାମଲା ବୃଦ୍ଧି ପାଉଥିବା ବେଳେ କେରଳ ହାଇକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି। କୌଣସି ବ୍ୟକ୍ତି ମହିଳାଙ୍କ ଦୁଇ ଜଙ୍ଘ ମଧ୍ୟରେ ସ୍ପର୍ଶ କଲେ ତାହା ଦୁଷ୍କର୍ମ ବୋଲି ଧରିନିଆଯିବ। ମହିଳାଙ୍କ ଜଙ୍ଘକୁ ଛୁଇଁବା ଦୁଷ୍କର୍ମ ସହ ସମାନ ବୋଲି କେରଳ ହାଇକୋର୍ଟ କହିଛନ୍ତି। 

ଏମିତି କରିବା ମହିଳାଙ୍କ ସହ ଦୁର୍ବ୍ୟବହାର  ଏବଂ ଏହା ବଳାତ୍କାର ସଦୃଶ ବୋଲି ମଧ୍ୟ କହିଛନ୍ତି କୋର୍ଟ। ଜଣେ ଦୁଷ୍କର୍ମ ଅଭିଯୁକ୍ତର ମାମଲାରେ ଶୁଣାଣି କରିବା ବେଳେ କୋର୍ଟ ଏଭଳି ରାୟ ଶୁଣାଇଛନ୍ତି।  ଏହି ମାମଲାରେ ତଳ କୋର୍ଟ ଜଣେ ବ୍ୟକ୍ତିକୁ ଦୁଷ୍କର୍ମକାରୀ ବୋଲି କହିଥିଲେ କାରଣ ସେ ନିଜ ପଡ଼ୋଶୀରେ ରହୁଥିବା ନାବାଳିକାଙ୍କ ଶରୀରକୁ ଖରାପ ଉଦ୍ଦେଶ୍ୟରେ ଛୁଇଁଥିଲା ।

ଜଷ୍ଟିସ୍‌ ବିନୋଦ ଚନ୍ଦନ ଏବଂ ଜଷ୍ଟିସ୍‌ ଜିଆଦ ରହମାନଙ୍କ ଖଣ୍ଡପୀଠ ସୋମବାର ରାୟ ଶୁଣାଇଛନ୍ତି, ‘ପୀଡ଼ିତାଙ୍କ ଜଙ୍ଘ ମଧ୍ୟରେ ଛୁଁଇବା ଭଳି ଯେକୌଣସି କାର୍ଯ୍ୟ ଶରୀରିକ ଉତ୍ପୀଡନ ଏବଂ ଏହା ଦୁଷ୍କର୍ମ ଅପରାଧ ସଦୃଶ। ଯଦି ସେମିତି କୌଣସି ବ୍ୟକ୍ତି କରୁଛନ୍ତି ତେବେ ଏହା ଭାରତୀୟ ଦଣ୍ଡ ସଂହିତାର ଧାରା  ୩୭୫  ଅଧୀନରେ ‘ବଳାତ୍କାର’ ସହ ସାମନ।’

Spread the love