ସାବଧାନ! ସ୍ମାର୍ଟ ସିଟିରେ ମାତିଛନ୍ତି ସ୍ମାର୍ଟ ଲୁଟେରା

ରାଜଧାନୀରେ ଦିନ ଦ୍ୱିପହରରେ ରାହାଜାନୀ। ନୂଆ ତରିକାରେ ଲୁଟ। କାର ଚାଳକକୁ ମୋବିଲ ଲିକ୍‌ ହେଉଛି କହି ଗାଡ଼ିରୁ ଝାମ୍ପିନେଲେ ଭାନିଟି ବ୍ୟାଗ। ଲକ୍ଷ୍ମୀସାଗର ଥାନା କଳ୍ପନା ଛକରୁ ଏମିତି ଢଙ୍ଗରେ ୩ହଜାର ଟଙ୍କା ସହ ସୁନା ଗହଣା, ଦାମୀ ମୋବାଇଲ ଓ କାଗଜପତ୍ର ଲୁଟିଛନ୍ତି ଦୁର୍ବୃତ୍ତ। ଜଣେ ଅଧ୍ୟାପିକା ତାଙ୍କ କାରରେ ରାଜମହଲରୁ କଳ୍ପନା ଆସୁଥିବା ବେଳେ କଳ୍ପନା ଟ୍ରାଫିକ ପୂର୍ବରୁ ଜଣେ ବ୍ୟକ୍ତି ଗାଡିର ମୋବିଲ ଲିକ ହେଉଥିବା ଡ୍ରାଇଭରକୁ ଇସାରାରେ କହିଥିଲେ। ଡ୍ରାଇଭର ଗାଡି ସାଇଡ କରି ଆଗକୁ ବନେଟ ଖୋଲି ଦେଖିଲା ବେଳେ ଗାଡ଼ିର ପଛ ସିଟ୍‌ରେ ବସିଥିବା ଅଧ୍ୟାପିକାଙ୍କ ଉପରକୁ କିଛି ସ୍ପ୍ରେ କରି ଭାନିଟି ବ୍ୟାଗ ନେଇ ଆଉ ଜଣେ ଚମ୍ପଟ ମାରିଥିଲା। ଏନେଇ ଅଧ୍ୟାପିକା ଜଣକ ପୋଲିସ କଣ୍ଟ୍ରୋଲରୁମ ଜରିଆରେ ପୋଲିସକୁ ଜଣାଇଥିଲେ ।ତେବେ ପୁର୍ବରୁ ଲଙ୍କାଗୁଣ୍ଡ ପକାଇ ଵା ଟଙ୍କା ପକାଇ ଏପରି ଲୁଟ ହେଉଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ଆଜିର ଏହି ଲୁଟଟି ଏକ ନୁଆ ଧରଣର ଟେକନିକରେ ଘଟିଥିବା ଦେଖିବାକୁ ମିଳିଛି ।

Spread the love