ଖୋଲିଲା ମା’ ଶାରଳା ମନ୍ଦିର

ଜଗତସିଂହପୁର, ୦୬|୦୮: ଖୋଲିଲା ମା’ ଶାରଳା ମନ୍ଦିର । କରୋନା ସଂକ୍ରମଣ ଦୃଷ୍ଟିରେ ରଖି ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ଜଗତସିଂହପୁର ଜିଲ୍ଲାର ଆରାଧ୍ୟ ଦେବୀ ମା ଶାରଳା ମନ୍ଦିର କୋଭିଡ କଟକଣା ଭିତରେ  ଖୋଲିଛି ।

ଶ୍ରଦ୍ଧାଳୁମାନେ ମନ୍ଦିର ବେଢା ଭିତରେ ରହି ମାଙ୍କୁ ଦର୍ଶନ କରୁଛନ୍ତି । ଗର୍ଭଗୃହକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ବାରଣ କରାଯାଇଛି । ଶ୍ରଦ୍ଧାଳୁମାନେ ଧାଡିରେ ରହି ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି ମାଆଙ୍କୁ ଦର୍ଶନ କରିବେ । ଥଣ୍ଡା କାଶ ଆଦି ଲକ୍ଷଣ ଥିବା ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି । ଭୋଗ ବା ପ୍ରସାଦ ମନ୍ଦିର ଭିତରକୁ ନେବାକୁ ମଧ୍ୟ ବାରଣ କରାଯାଇଛି। ଶୁକ୍ରବାର ସକାଳୁ ମାଙ୍କ ପହଡ଼ ଖୋଲିବା ପରେ ଅବକାଶ ଓ ମଙ୍ଗଳ ଆଳତୀ ନୀତି କରାଯାଇଥିଲା ।ଶ୍ରଦ୍ଧାଳୁ ମାନେ ଏହାକୁ ଆନନ୍ଦର ସହିତ ଦର୍ଶନ କରିଥିଲେ ।

Spread the love