ବ୍ରୋଞ୍ଚ ଲଢ଼େଇରେ ମହିଳା ହକି ଟମ୍‌ର ଲଢ଼ୁଆ ପ୍ରଦର୍ଶନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ମହିଳା ହକି ଟିମର ପ୍ରଦର୍ଶନ ନୂଆ ଭାରତ ପାଇଁ ଆଗକୁ ବାଟ ଦେଖାଇବ । ଆଗାମୀ ଦିନରେ ଆହୁରି ସଫଳତା ହାସଲ କରିବ ମହିଳା ଟିମ୍ । ନୂଆ ଯୁବପିଢିଙ୍କୁ ପ୍ରେରଣା ଯୋଗାଇବ ବୋଲି ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହିଳା ହକି ଟିମ୍ ଦେଶ ପାଇଁ ଗର୍ବ, ଗୌରବ ବୋଲି କହିଛନ୍ତି ମୋଦି । ସେହିଭଳି ମହିଳା ହକି ଟିମର ଲଢୁଆ ପ୍ରଦର୍ଶନ ପାଇଁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ମହିଳା ହକି ଟିମ୍ ଗ୍ରେଟ ବ୍ରିଟେନ୍ ବିପକ୍ଷରେ ଲଢୁଆ ପ୍ରଦର୍ଶନ କରିଛନ୍ତି । ଆଗକୁ ଆହୁରି ଆତ୍ମବିଶ୍ୱାସର ସହ ଲଢେଇ ଜାରି ରଖିବାକୁ ପ୍ରେରଣା ଯୋଗାଇଛନ୍ତି ନବୀନ । ଏଥି ସହ ମହିଳା ହକି ଟିମର ସଫଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Spread the love