କାଲି ଗୋଲ୍ଡ ପାଇଁ ଟକ୍କର, ମୈଦାନରେ ଲଢିବେ ଭାରତ-ପାକ୍

ଜାପାନ ୦୬/୦୮: କାଲି ମୁହାଁମୁହିଁ ହେବେ ୨ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକ୍ । ଉଭୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ କଡ୍ଡା ମୁକାବିଲା । ତେବେ ଏ କୌଣସି କ୍ରିକେଟ୍ ମ୍ୟାଚ୍ ନୁହେଁ ବରିଂ ଟୋକିଓ ଅଲିମ୍ପିକରେ ହେବ ସୁନା ପାଇଁ ଫାଇଟ । ଜାଭେଲିନ ଫାଇନାଲରେ ଭାରତର ନୀରଜ ଚୋପଡା ଏବଂ ଅରଶଦ ନଦୀମଙ୍କ ମଧ୍ୟରେ ହେବ ମୁକାବିଲା ।

ଯାହାକୁ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଇଭୟ ଦେଶର ଲୋକେ । ସମଗ୍ର ବିଶ୍ୱ ଉଭୟ ଭାରତ ଏବଂ ପାକିସ୍ତାନ ଖେଳାଳି ନୀରଜ ଚୋପ୍ରା ଏବଂ ଅରଶଦ ନାଦିମଙ୍କ ବିଷୟରେ କହୁଛନ୍ତି । ଏହା ପଛର କାରଣ ହେଉଛି ଉଭୟଙ୍କ ଚମତ୍କାର ପ୍ରଦର୍ଶନ । ବାସ୍ତବରେ, ଜାଭେଲିନ୍ ଥ୍ରୋର ଫାଇନାଲରେ ଉଭୟଙ୍କ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ ।

ଯୋଗ୍ୟତା ପର୍ଯ୍ୟାୟରେ ଉଭୟ ନିଜ ନିଜ ଗୋଷ୍ଠୀର ଶୀର୍ଷରେ ରହି ଫାଇନାଲରେ ପ୍ରବେଶ କରିବାକୁ ଯୋଗ୍ୟତା ମାର୍କ ସୁରକ୍ଷିତ କରିଥିଲେ । ମୋଟ ଉପରେ, ଭାରତର ତାରକା ଖେଳାଳି ନୀରଜ ଚୋପ୍ରା ୮୬.୬୫ ମିଟର ଥ୍ରୋରେ ଶୀର୍ଷରେ ଥିବାବେଳେ ଅରଶଦ ୮୫.୧୬ ମିଟର ସହ ତୃତୀୟ ସ୍ଥାନରେ ରହିଛନ୍ତି । ନୀରଜ ଗ୍ରୁପ୍ ଏରେ ଏବଂ ଆଶରଦ୍ ଗ୍ରୁପ୍ ବିରେ ଥିଲେ ।

Spread the love