ସ୍ତ୍ରୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ସ୍ୱାମୀ ଅନୁଭବ

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ଏନେଇ ଟ୍ଵିଟ ମାଧ୍ୟମରେ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ। ଲେଖିଛନ୍ତି, ଆମେ ଭଲ ସ୍ୱାମୀ ସ୍ତ୍ରୀ ନହୋଇପାରିଲେ ମଧ୍ୟ ଚିରଦିନ ପାଇଁ ଆମେ ଭଲ ବନ୍ଧୁ ହୋଇରହିବା। ପରିବାର, ଫ୍ୟାନ୍‌ସ, ସମର୍ଥକଙ୍କ ପକ୍ଷରୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ। ବର୍ଷାଙ୍କ ସ୍ୱାସ୍ଥ୍ୟ, ସୁଖସମୃଦ୍ଧି ଓ ଖୁସିର କାମନା କରିଛନ୍ତି ଅନୁଭବ। ଷ୍ଟାର କପଲ ବର୍ଷା ଓ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ଥିବା ବେଳେ ଜନ୍ମଦିନରେ ଅନୁଭବ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇ ସର୍‌ପ୍ରାଇଜ ଦେଇଛନ୍ତି।

Spread the love