ନଭେମ୍ବରରେ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ !

ଆସନ୍ତା ଜୁନ ମାସରେ ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ ହେବାର ସମ୍ଭାବନା ନାହିଁ । ନିର୍ବାଚନକୁ ନଭେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ନିର୍ବାଚନ ଆୟୋଗ ବିଚାର କରୁଥିବା ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି । ଜୁନ ମାସରେ ରମଜାନ ମାସ, ତାପରେ ତାହାର କିଛି ଦିନପରେ ଅମରନାଥ ଯାତ୍ରା, ତାପରେ ପର୍ଯ୍ୟଟନ ଋତୁ ଯୋଗୁଁ ଏହି ସମୟରେ ନିର୍ବାଚନ କରିବା ସମ୍ଭବ ନୁହେଁ ବୋଲି ସରକାର ଜଣାଇବା ପରେ ଆୟୋଗ ନିର୍ବାଚନକୁ ନଭେମ୍ବରରେ କରିବାକୁ ବିଚାର କରୁଛି ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ଗତ ଜୁନ ମାସରେ ପିପୁଲ୍ସ୍ ଡେମୋକ୍ରାଟିକ୍ ପାର୍ଟିରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିବା ପରେ ମେହବୁବା ମୁଫତି ସରକାରର ପତନ ହୋଇଥିଲା। ଏହାର ଦିନକ ପରେ ଜମ୍ମୁ ଓ କଶ୍ମୀରରେ ରାଜ୍ୟପାଳ ଶାସନ ଲଗାଯାଇଥିଲା । ଏହାର 6 ମାସ ପରେ ଏଠାରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା । ଜାମ୍ମୁ ଓ କାଶ୍ମୀରର ଏକ ସ୍ୱତନ୍ତ୍ର ସମ୍ବିଧାନ ଥିବାରୁ ପ୍ରଥମେ ସେଠାରେ 6 ମାସ ପାଇଁ ରାଜ୍ୟପାଳ ଶାସନ ଲାଗୁହେବା ବାଧ୍ୟତାମୂଳକ । ତାପରେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରିବ ।

Spread the love