୪କୋଟି ୫୬ ଲକ୍ଷ ଅଟକଳ ମୂଲ୍ୟରେ ନିର୍ମିତ ହେଲା ବସ ଟରମିନାଲ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସାନଖେମୁଣ୍ଡି, ୧୨/୦୮: ଦିଗପହଣ୍ଡିରେ ୪କୋଟି ୫୬ ଲକ୍ଷ ଅଟକଳ ମୂଲ୍ୟରେ ନବ ନିର୍ମିତ ବସ ଟରମିନାଲ ଓ ୩ କୋଟି ୨୮ ଲକ୍ଷ ବ୍ୟୟରେ ନିର୍ମିତ କପା ଜିନିଙ୍ଗ ମିଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଭରଚୁଆଲ ମାଧ୍ୟମରେ ଏହାକୁ  ଉଦଘାଟନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡିର ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେଇଥିବା ବେଳେ ବ୍ଲକ ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଉପସ୍ଥିତରେ ଏହାର ଉଦଘାଟନ କରିଛନ୍ତି । ଦିଗପହଣ୍ଡି ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love