ତୃତୀୟ ଲହର ପାଇଁ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଗଠନ: ଡିଏମଇଟି ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। କେନ୍ଦ୍ର ଗାଇଡ଼ଲାଇନ ଅନୁସାରେ ସଂକ୍ରମିତ ଶିଶୁଙ୍କ ଲାଗି ୬୦୦ ବେଡ଼ ଆବଶ୍ୟକ ପଡିପାରେ। କିନ୍ତୁ ୩୦୦୦ ବେଡ଼ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। କେବଳ ୬୧୦ ରହିଛି ଆଇସିୟୁ ଓ ଏଚଡ଼ିୟୁ ବେଡ୍‌। ଆବଶ୍ୟକସ୍ଥଳେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ବି କରାଯିବ । କେଉଁ ସ୍ଥାନରେ କରାଯିବ ସେ ନେଇ କେ୍‌ସ ଲୋଡ଼ ସ୍ଥିତି ଦେଖି ଆବଶ୍ୟକ ସ୍ଥଳେ ନିଷ୍ପତି ହେବ ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି । ମୁକାବିଲା ନେଇ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଥିବା ବେଳେ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି ।

ଏହି କମିଟି ଜିଲ୍ଲା ସ୍ତରରେ ସ୍ଥିତି ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବ । ପ୍ରସ୍ତୁତି କଣ ଚାଲିଛି, କେମିତି ପ୍ରସ୍ତୁତି ତ୍ୱରାନ୍ୱିତ ହେବ, କଣ ଆବଶ୍ୟକ ସେ ନେଇ କମିଟି ରିପୋର୍ଟ ଦେଲେ ସରକାର ପ୍ରସ୍ତୁତ ହେବେ । ଯଦି କୌଣସି ଲକ୍ଷଣ ଥିବା ଶିଶୁମାନେ ହସ୍ପିଟାଲରେ ଆଡ଼ମିଟ୍‌ ହୁଅନ୍ତି ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବ ।

Spread the love