ଚୋରା ଚାଲାଣ ବେଳେ ଅବକାରୀ ବିଭାଗର ଚଢାଉ, ୨ ଗିରଫ

କରଞ୍ଜିଆ ୧୪।୮: ପୁଣି ରାଜ୍ୟରେ ଧଳା ଜହର କାରବାର ସକ୍ରିୟ । ବାଲେଶ୍ଵରରୁ କେନ୍ଦୁଝରକୁ ଚୋରାଚାଲାଣ ବେଳେ ୪୯ନଂ ଜାତୀୟ ରାଜପଥ ଛେଳିଗାଧୁଳି ଟୋଲ୍ ଗେଟ୍ ନିକଟରେ ୨ ଜଣଙ୍କୁ ଧରିଛି ମୟୁରଭଞ୍ଜ ଜିଲ୍ଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍ । ସେମାନଙ୍କ ନିକଟରୁ ୫୦ଗ୍ରାମ ଓଜନର ବ୍ରାଉନସୁଗାର ସହ ଏକ ବାଇକକୁ ଜବତ କରିଛି ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍ ।

ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ଲକ୍ଷ ବୋଲି ଜଣାପଡିଥିବା ବେଳେ ଅଭିଯୁକ୍ତ ଚୋରାଚାଲାଣକାରୀ ଦୁଇ ଜଣ କେନ୍ଦୁଝର ଜିଲ୍ଲା ସଦର ଥାନା ଅଞ୍ଚଳ ଚକା ଗାଁର ଆଶିଷ କୁମାର ଗିରି ଓ ହରିହରପୁର ଗାଁର କ୍ଷୀରୋଦ ଚନ୍ଦ୍ର ମହାନ୍ତ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Spread the love