୭୦୦ ପୋଲିସ ଲାଗିଥିଲେ ୨୦ ଘଣ୍ଟା, ଶେଷରେ ଧରା ପଡିଗଲା ଦୁଷ୍କର୍ମକାରୀ

ଜୟପୁର,୧୪/୦୮:    ମାମଲାର ସମାଧାନ ପାଇଁ ଲାଗିଗଲେ ୭୦୦ ପୋଲିସ ଅଧିକାରୀ । ରାଜସ୍ଥାନର ରାଜଧାନୀ ଜୟପୁରରେ ପୋଲିସ ନିଜର ଏକ ଟିମ୍ ସହ ଏପରି ଏକ ମାମଲାର ସମାଧାନ କରିଛି ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ମାମଲା ବିଷୟରେ ଜାଣିଥିବା କିଛି ବ୍ୟକ୍ତି କହିଛନ୍ତି ଯେ, ଜଣେ ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସ ୭୦୦ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ମାମଲାର ସମାଧାନ କରିଥିଲା ।

ଏହି ମାମଲାର ସମାଧାନ ପାଇଁ ୨୦ ଘଣ୍ଟା ଲାଗିଥିଲା ।ଟିମ୍‌ର ନେତୃତ୍ୱ ନେଇଥିବା ଜୟପୁର ପୋଲିସ ଅଧିକ୍ଷକ ଶଙ୍କର ଦତ୍ତ ଶର୍ମା କହିଛନ୍ତି ଯେ, ଅଭିଯୁକ୍ତକୁ ଧରିବା ସହଜ ନଥିଲା । ଅଭିଯୁକ୍ତ ହେଉଚି ୨୫ ବର୍ଷୀୟ ସୁରେଶ କୁମାର । ତା ପାଖରେ ଫୋନ ବି ନଥିଲା  । ସେ ବୁଧବାର ଘରକୁ ଗଲାବେଳେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ଟେକି ଏକ ପରିତ୍ୟକ୍ତ ସ୍ଥାନକୁ ନେଇଯାଇଥିଲା । ସେଠାରେ ତା ସହ ଦୁଷ୍କର୍ମ କରିବା ସହ ହତ୍ୟା ମଧ୍ୟ କରିଥିଲା ।ଏପରିକି ସେ କୌଣସି ସୁରାକ ବି ଛାଡି ନଥିଲା ।

ସେ ଆହୁରି କହିଛନ୍ତି ଯେ, ଘଟଣା ପରେ ଶତାଧିକ ଲୋକେ ଥାନା ଘେରାଉ କରି ଅଭିଯୁକ୍ତକୁ ଗିରଫ ଦାବି କରିଥିଲା । ଚାପ ଅଧିକ ରହିଥିଲା । ତେଣୁ ପୋଲିସ ବାଧାହୋଇ ୭୦୦ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ତନାଘନା କରିଥିଲା । ଅଭିଯୁକ୍ତ ବାରମ୍ବାର ଠିକଣା ବଦଳାଉଥିଲା । ପରେ ଏକ ହ୍ୱାଟସଆପ୍ ଗ୍ରୁପ ମାଧ୍ୟମରେ ସୁରେଶକୁ ଗିରଫ କରାଯାଇଥିଲା ।

Spread the love