ଅଖଣ୍ଡ ଭାରତ ସଂକଳ୍ପ ଦିବସ ନେଇ ୧୫୦ଫୁଟର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ନୀଳଗିରି ୧୪।୮: ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ତରଫରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ନିଆରା ଢ଼ଙ୍ଗରେ ପାଳିତ ହୋଇଛି । ୧୫୦ ଫୁଟର ବିଶାଳ ତ୍ରିରଙ୍ଗାକୁ ଏବିଭିପି ଛାତ୍ର ସଙ୍ଗଠନର ଛାତ୍ରଛାତ୍ରୀମାନେ ଧରି ନୀଳଗିରି ବସଷ୍ଟାଣ୍ଡଠାରୁ ସହର ପରିକ୍ରମା କରାଯାଇ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲା। ଦେଶଭକ୍ତିର ନାରାଦେଇ ପହଁଚିବା ପରେ ଶିଶୁ ବିଦ୍ୟା ମନ୍ଦିରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଏବିଭିପି ଛାତ୍ର ସଂଗଠନର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିବାବେଳେ ପୁରାତନ ଛାତ୍ର ସଂଗଠନ, ବିଜେପି ଯୁବ ମୋର୍ଚ୍ଚର ସଦସ୍ୟ ଓ ସ୍ଥାନୀୟ ବିଜେପି ବିଧାୟକ ସାମିଲ ହୋଇଥିଲେ । ଦେଶ ସ୍ଵାଧୀନ ପରେ ନୀଳଗିରି ଗଡଜାତ ପ୍ରଥମେ ସ୍ବାଧୀନ ଭାରତରେ ମିଶି ସାରା ଭାରତ ବର୍ଷରେ ଦିଗ ଦର୍ଶନ ଦେଇଥିବା ବେଳେ ରବିବାର ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବାରୁ ଆଜିର ଏଭଳି କାର୍ଯ୍ୟକ୍ରମ ବେଶ ପ୍ରଶଂସନୀୟ ବୋଲି କୁହାଯାଇଛି।

Spread the love