ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ପରଲୋକ

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା(ବାପି)ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା। ସେ କୋଭିଡରେ ଆକ୍ରାନ୍ତ ହେବା ପରେ ବେଶ୍ କିଛି ଦିନ ଧରି ହାଇଦ୍ରାବାଦରେ ଚିକିତ୍ସାଧୀନ ଥିଲେ।

ଆଜି ସକାଳେ ସଂଗ୍ରାମ କେଶରୀ ଜେନା(ବାପି)ଙ୍କ ପରଲୋକ ଘଟିଥିବା ନେଇ ତାଙ୍କ ସାନଭାଇ ମନୋଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କଟକ ଜିଲ୍ଲା କଂଗ୍ରେସର ପ୍ରଭାରୀ ଦାୟିତ୍ବ ତୁଲାଉଥିଲେ।

Spread the love