ସମ୍ଭାବ୍ୟ ଶିଶୁ ସଂକ୍ରମଣ ନେଇ ଆଗୁଆ ପଦକ୍ଷେପ, ଆବଶ୍ୟକ ପଡିଲେ ହେବ ଶିଶୁ କୋଭିଡ୍ ହସ୍ପିଟାଲ : DMET

ଭୁବନେଶ୍ବର ୧୯।୮: ସମ୍ଭାବ୍ୟ ଶିଶୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୩ ହଜାର ବେଡ଼ ବ୍ୟବସ୍ଥା କରାଯାଇଛି । ତାଛଡ଼ା ଆହୁରି ବେଡ଼ ସଂଖ୍ୟା ବଢାଇବାକୁ ପ୍ରୟାସ ଜାରି ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଯଦି ଆବଶ୍ୟକ ହୁଏ ସ୍ବତନ୍ତ୍ର ଶିଶୁ କୋଭିଡ୍ ହସ୍ପିଟାଲ କରାଯିବ ।ଅଡିଟେଡ଼ ମୃତ୍ୟୁ ନେଇ କହିଛନ୍ତି ଯେ, ସେତେବେଳେ ଥିବା ତଥ୍ୟ ଆଧାରରେ ମୃତ୍ୟୁ ଅଡିଟ୍ ୧୫ ଦିନରେ ସରିବ । ଏବେ ଯାଏଁ ମହାମାରୀ ସରିନି । ଏ ମଧ୍ୟରେ ବି ପୁରୁଣା ମୃତ୍ୟୁ ତଥ୍ୟ ଆସୁଛି । ମହାମାରୀ ସରିଲା ବେଳକୁ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି ଡିଏମଇଟି କହିଛନ୍ତି ।

Spread the love