ପାଣିରେ ୟୁରିନ ମିଶାଇ ବିକ୍ରି କରୁଥିଲା ଗୁପ୍‌ଚୁପ୍ ବାଲା, ଭିଡିଓ ଭାଇରାଲ ପରେ ଗିରଫ

ଗୁଆହାଟୀ ୨୨/୦୮ : ଗୁପଚୁପ ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏକ ନିରାଶଜଣକ ଭିଡିଓ ସାମ୍ନାକୁ ଆସିଛି। ଜଣେ ଗୁପଚୁପ ଵାଲା ଗୁପଚୁପ ପାଣିରେ ୟୁରିନ ମିସାଉଥିବା ଭିଡିଓରେ ନଜର ଆସିଛି। ଏହି ଭିଡ ଭାଇରାଲ ହେବାପରେ ଲୋକେ ରାଗିଯାଇଛନ୍ତି। ପୋଲିସ ଗୁପଚୁପ ବିକାଳୀକୁ ଗିରଫ କରିଛି। ଦେଖନ୍ତୁ ଭିଡିଓ…

ଘଟଣା ଆସାମ ଗୁଆହାଟୀର। ଜଣେ ଗୁପଚୁପ ବିକାଳୀ ନିଜ ଠେଲାରେ ନଜର ଆସୁଛି। ବିକାଳୀ ପଛପଟେ ଆଉ ଜଣେ ବସିଥିବା ନଜର ଆସୁଛି। ବିକାଳୀ ନିଜ ମଗରେ ୟୁରିନ କରିଥିବା ନଜର ଆସିଛି। ଏହାପରେ ସେହି ୟୁରିନକୁ ପାଣିରେ ମିସାଉଥିବା ମଧ୍ୟ ନଜର ଆସିଛି। ମଗରେ ୟୁରିନ କରିବା ପରେ ଗୁପଚୁପ ବିକାଳୀ ସହି ମଗକୁ ବ୍ୟବହାର କରିବା ପାଇଁ ରଖିଥିଲା।

ଭିଡିଓ ଏମିତି ଜଣେ ବ୍ୟକ୍ତି ରେକର୍ଡ କରିଛନ୍ତି ଯିଏ ବିକାଳୀକୁ ଏହିଭଳି କରୁଥିବା ଆଗରୁ ମଧ୍ୟ ଦେଖିଛନ୍ତି କିମ୍ବା ବିକାଳୀ ମଗରେ ୟୁରିନ କରିବାକୁ ଯାଉଥିବାବେଳେ ଉକ୍ତ ବ୍ୟକ୍ତି ଜଣକ ତାକୁ ଦେଖି ଦେଇଥିଲେ। ଏହାପରେ ଏହି ଭିଡିଓକୁ ଭାଇରାଲ କରିଛନ୍ତି।

ଭିଡ ଭାଇରାଲ ହେବାପରେ ଲୋକେ ଏହାକୁ ଦେଖି ରାଗି ଯାଇଥିଲେ ଏବଂ ତୁରନ୍ତ ଗୁପଚୁପ ବିକାଳୀକୁ ଗିରଫ କରିବାକୁ ଦାବି କରିଥିଲେ। ଭିଡିଓ ଭାଇରାଲ ହେବାପରେ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିକାଳୀକୁ ଗିରଫ କରିଛି। ସେ ସ୍ୱୀକାର କରିଛି ଯେ ଭିଡିଓଟି ତାର। ପୋଲିସ ତାକୁ ପଚରାଉଚୁରା କରୁଛି।

କୁହାଯାଉଛି ଯେ ଏହି ବିକାଳୀ ବହୁ ଦିନ ହେଲା ଗୁପଚୁପ ବିକ୍ରି କରୁଛି। ଗୁଆହାଟୀର ଅଠଗାଁ ଅଞ୍ଚଳରେ ସେ ନିଜ ଠେଲା ଲଗାଏ।

Spread the love