କେନ୍ଦ୍ରମନ୍ତ୍ରୀ ରାଣେଙ୍କୁ ଗିରଫ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ଉଦ୍ଧବଙ୍କ ମନ୍ତ୍ରୀ, ଭିଡିଓ ଭାଇରାଲ୍‌

ମୁମ୍ବାଇ ୨୫/୦୮: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା କେନ୍ଦ୍ରମନ୍ତ୍ରୀ ନରାୟଣ ରାଣେଙ୍କୁ ଗିରଫ କରିବା ପାଇଁ ଶିବସେନା ନେତା ଅନିଲ ପରବ ନିର୍ଦେଶ ଦେଇଥିଲେ । ରାଣେଙ୍କୁ ଗିରଫ କରିବା ପାଇଁ ପୋଲିସକୁ ମନ୍ତ୍ରୀ ଅନିଲ ଦେଉଥିବା ନିର୍ଦେଶର ଭିଡିଓ ଏବେ ଭାଇରାଲ୍‌ ହେଉଛି। ଏହା ପରେ ପୋଲିସ ଉପରେ ରାଜନୈତିକ ଚାପ ପକାଉଥିବା ଅଭିଯୋଗରେ ଅନିଲ ପରବଙ୍କୁ ଘେରିଛନ୍ତି ବିରୋଧୀ। ରତ୍ନଗିରିର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ରେଣେଙ୍କ ଗିରଫ ପାଇଁ ଅନିଲ ଆଦେଶ ଦେଉଥିବା ନେଇ ଭିଡିଓରେ ଦେଖିବାକୁ ମିଳିଛି। ସେ ସେହି ଜିଲ୍ଲାର ପ୍ରଭାରୀ ହୋଇଥିବା ବେଳେ ଉଦ୍ଧବଙ୍କ ଖାସ ବୋଲି ଜଣାଯାଆନ୍ତି ।

ଭିଡିଓରେ ଅନିଲ ପରବ ବିନା କୌଣସି ଓ୍ବାରେଣ୍ଟରେ ନାରାୟଣ ରାଣେଙ୍କୁ ଗିରଫ କରିବା ସହ ପୋଲିସ ଫୋର୍ସର ସହଯୋଗ ନେବାକୁ ମଧ୍ୟ କହିଥିବା ଜଣାପଡ଼ିଛି। ରତ୍ନଗିରିରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ଅନିଲ ପରବଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଏହି କଲ ବୋଧହୁଅ ସେ ପୋଲିସ ଅଧିକାରୀଙ୍କର ଥିଲା।  ଅନିଲ ପରବ ଏହି କଲ୍‌ରେ କହିଛନ୍ତି, ‘କଣ କରୁଛ ? ତୁମେ ତାଙ୍କୁ ଗିରଫ କଣ ପାଇଁ  କରୁନ ? ତାଙ୍କୁ ଜେଲ୍‌ରେ କାହିଁକି ପୂରାଉନ ? ତୁମକୁ ଏମିତି କରିବାକୁ ପଡ଼ିବ। ହାଇକୋର୍ଟ ଏବଂ ସେସନ୍‌ କୋର୍ଟ ତାଙ୍କର ବେଲ୍‌ ଆବେଦନ ଖାରଜ କରିଛନ୍ତି। ପୋଲିସ ଫୋର୍ସର ସାହାଯ୍ୟ ନିଅ ଏବଂ ତାଙ୍କୁ ଗିରଫ କର।’

ତାଙ୍କର ଏହି କଥାବାର୍ତ୍ତାର ଭିଡିଓ ମରାଠୀ ଚ୍ୟାନେଲ ଟିଭି-୯ର କ୍ୟାମେରାରେ ରେକର୍ଡ ହୋଇଯାଇଥିଲା। ଏହି ଭିଡିଓ କ୍ଲିପ୍‌ ଏବେ ଭାଇରାଲ୍‌ ହେଉଛି। ତାଙ୍କର କଥାରୁ ସ୍ପଷ୍ଟ ଜଣାପଡ଼ୁନାହିଁ ​‌ସେ କାହାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ରତ୍ନଗିରିର କୌଣସି ପୋଲିସ ଅଧିକାରୀଙ୍କୁ କହୁଥିବା ଜଣାପଡ଼ିଛି। ତାଙ୍କର ଫୋନ୍ କଲ୍‌ ପରେ ନାରାୟଣ ରାଣେଙ୍କୁ ଗିରଫ କରିଥିଲା ପୋଲିସ।

ସେପଟେ ମଙ୍ଗଳବାର ବିଜେପି ନେତା ପ୍ରମୋଦ ଜାଠର ଦାବି କରିଥିଲେ, ରତ୍ନଗିରି ଏସପି କହିଲେ ରାଣେଙ୍କୁ ଗିରଫ କରିବା ପାଇଁ ତାଙ୍କ ଉପରେ ଚାପ ପଡ଼ୁଛି।  ଏନେଇ ଏବେ ଭିଡିଓ ଭାଇରାଲ ହେବା ପରେ ଅନିଲ ପରବଙ୍କ ବିରୋଧରେ କୋର୍ଟ ଯିବାକୁ ବିଜେପି ସଜବାଜ ହେଉଥିବା ଜଣାପଡ଼ିଛି। ଏନେଇ ପ୍ରଦେଶ ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ।

Spread the love