ମୋତିଚୂର ଲଡୁ

ଆବଶ୍ୟକ ସାମଗ୍ରୀ

୨ କିଲୋ ବେସନ

  • ଦେଶୀ ଘିଅ
  • ପାଣି ଆବଶ୍ୟକ ଅନୁସାରେ
  • ପିସ୍ତା (ଛୋଟ କଟା ହୋଇଥିବା)
  • ସିରା କେମିତି ପ୍ରସ୍ତୁତ କରିବେ
  • ୨ କିଲୋ ଚିନି
  • ୨ ଗ୍ରାମ ହଳଦୀ ରଙ୍ଗ
  • ୨୦ ଗ୍ରାମ ଅଳେଇଚ ପାଉଡର
  • ୫୦ ଗ୍ରାମ ମଗଜ
  • ୧୦୦ ଗ୍ରାମ କ୍ଷୀର
  • ପାଣି ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

ଲଡୁ ବନାଇବା ପାଇଁ ସର୍ବପ୍ରଥମେ ଏକ ଗିନାରେ ବେସନ ଏବଂ ପାଣି ମିଶାଇ ଭଲଭାବେ ଘୋଳ ବନାଇ ଦିଅନ୍ତୁ। ଧୀମା ଆଞ୍ଚରେ ଏକ ବଡ କଡାରେ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଘୋଳକୁ ଛଣାରେ ଛାଣି ଛୋଟ ଛୋଟ ବୁନ୍ଦି ପ୍ରସ୍ତୁତ କରିଦିଅନ୍ତୁ। ଧୀମା ଆଞ୍ଚରେ ଏକ ପ୍ୟାନ୍‌ ବସାଇ ସେଥିରେ ଚିନି, ପାଣି ଏବଂ କ୍ଷୀର ମିଶାଇ ଫୁଟାନ୍ତୁ। ଥରେ ଫୁଟିଆସିଲେ ଆଞ୍ଚ ବନ୍ଦ କରିଦିଅନ୍ତୁ। ଏବେ ମିଶ୍ରଣକ ଦୁଇ ରୁ ତିନି ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। କଡାରୁ ବାହାର କରି ଏଥିରେ ମଗଜ ମିଶାଇ ଥଣ୍ଡା କରିବା ରଖିଦିଅନ୍ତୁ। ଏବେ ମିଶ୍ରଣରୁ ଅଳ୍ପ ଅଳ୍ପ ନେଇ ଛୋଟ ଛୋଟ ଲଡ୍ଡୁ ପ୍ରସ୍ତୁତ କରନ୍ତୁ। ଏବେ ଆପଣଙ୍କର ମୋତିଚୂର ଲଡ୍ଡୁ ପ୍ରସ୍ତୁତ ହୋଇଯାଇଛି। ଏହାକୁ ଆପଣ ପିସ୍ତାରେ ଗାର୍ନିସ କରି ସର୍ଭ କରନ୍ତୁ।

Spread the love