ଗ୍ରୀଡ଼ ଷ୍ଟେସନ ଓ ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ

କନ୍ଧମାଳ ୨୯/୦୮: ଜି ଉଦୟଗିରିର ଗ୍ରୀଡ଼ ଷ୍ଟେସନ ଓ ବାଳିକା ବିଦ୍ୟାଳୟର ସ୍ମାର୍ଟ ସ୍କୁଲ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏତତ ବ୍ୟତୀତ ରାଇକିଆର ମଣ୍ଡାସୁର ମଧ୍ୟ ଗସ୍ତ କରିଥିଲେ । ୧୩୨ କେଭି ଗ୍ରୀଡ଼ର କାମ କେତେ ଦୂର କାର୍ଯ୍ୟକ୍ରମ ହୋଇଛି ଏବଂ ବାଳିକା ବିଦ୍ୟାଳୟର ସ୍ମାର୍ଟ ସ୍କୁଲର କମ୍ପ୍ୟୁଟର ଲ୍ୟାବ, ପାଠାଗାର, ଶ୍ରେଣୀ ଗୃହ ଦେଖିବା ସହ କାର୍ଯ୍ୟକ୍ରମ କିପରି ଆଗେଇ ପାରିବ ସେ ଉପରେ ଗୁରୁତ୍ୱ ଦେଇଥିଲେ ।ମୁଖ୍ୟ ଶାସନ ସଚିବଙ୍କ ସହ କନ୍ଧମାଳ ଜିଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ବିଭିନ୍ନ ଜିଲ୍ଲା ଅଧିକାରୀ ମଧ୍ୟ ଯୋଗଦେଇଥିଲେ । ପାଗ ଖରାପ ସତ୍ତ୍ୱେ ସଚିବଙ୍କ ଗସ୍ତକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

Spread the love