ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ ଥିବା କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ନିଜେ ମନିଟରିଂ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୯/୦୮: ତୃତୀୟ ଲହରକୁ ଦୃଷ୍ଟିରେ ରଖି ସବୁ ପ୍ରସ୍ତୁତି ସରିଥିବା କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଓଡିଶାରେ ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରତିଦିନ ୧୦ରୁ ୨୦ ହଜାର ନୂଆ ମାମଲା ସାମ୍ନାକୁ ଆସିବ । ତାକୁ ଆଧାର କରି ଟାକ୍ସଫୋର୍ସ ଗଠନ ହୋଇଛି । ଯାହା ଷ୍ଟେଟ ଟାକ୍ସଫୋର୍ସ, ଡିଷ୍ଟ୍ରିକ ଟାକ୍ସଫୋର୍ସ ।

ତେବେ ତୃତୀୟ ଲହର ପରିଚାଳନା ନେଇ ଏସଓପି ତିଆରି ହୋଇଛି, ଯେଉଁଥିରେ ସମସ୍ତ ଜିଲ୍ଲାପାଳ, ମୁନସିପାଲ କମିଶନର, ମେଡିକାଲ କଲେଜ ମାନଙ୍କୁ ଏହି ଏସଓପି ପାଳନ ନେଇ ସ୍ବଷ୍ଟ ନିର୍ଦ୍ଦେଶ ରହିଥିବା ମନ୍ତ୍ରୀ କହିଛନ୍ତି । ଏହା ସହ ଓଏସଏମସିଏଲ ପର୍ଯ୍ୟାପ୍ତ ପରିମାଣରେ ଡ୍ରଗ୍ସ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ଶିଶୁମାନଙ୍କ ପାଇଁ ୨୩୯୦ ସାଧାରଣ ସାଙ୍ଗକୁ ୬୧୦ ଆଇସିୟୁ ବେଡ ରେଡି ଅଛି ।

ଶିଶୁ ଭବନ ମଧ୍ୟ ପ୍ରସ୍ତୁତ ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହ ୫୦ ପ୍ରତିଶତ ବେଡ ତୃତୀୟ ଲହର ପାଇଁ ପ୍ରସ୍ତୁତ ରଖିବା ପାଇଁ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ଦରକାର ପଡିଲେ କଣ୍ଟେନମେଣ୍ଟ ଜୋନ ମଧ୍ୟ କରାଯିବ । ମୁଖ୍ୟମନ୍ତ୍ରୀ ନିଜେ ତୃତୀୟ ଲହରକୁ ମନିଟର କରୁଥିବା ମନ୍ତ୍ରୀ ନବଦାସ ସୂଚନା ଦେଇଛନ୍ତି । ସମ୍ବଲପୁରରେ ପଣ୍ଡା ବିକାଶ କ୍ୟାନସର ହସ୍ପିଟାଲର ଉଦଘାଟନ ସମୟର ଏହି ସୂଚନା ଦେଇଛନ୍ତି ।

Spread the love