ପାଟକୁରା ନିର୍ବାଚନକୁ ନେଇ ପ୍ରଳୟଙ୍କାରୀ ହେଉଛି ରାଜନୈତିକ ଝଡ଼

ପାଟକୁରା ନିର୍ବାଚନକୁ ନେଇ ପ୍ରଳୟଙ୍କାରୀ ହେଉଛି ରାଜନୈତିକ ଝଡ଼ । ବିଜେଡି-ବିଜେପି ମଧ୍ୟରେ ଆରମ୍ଭ ହୋଇଛି ତୁତୁ ମେଁମେଁ । ରାଜ୍ୟର ଦୁଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏବଂ ସୂର୍ଯ୍ୟ ପାତ୍ରଙ୍କ ମଧ୍ୟରେ ଚାଲିଛି କଥା କଟାକଟି । ଓଡ଼ିଶାରେ 4ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି ।

କିନ୍ତୁ ପାଟକୁରା ନିର୍ବାଚନ ମଣ୍ଡଳି ବିଜେଡି ପ୍ରାର୍ଥୀଙ୍କ ଦେହାନ୍ତ ପରେ ସେଠାରେ ମତଦାନ ସ୍ଥଗିତ ରହିଛି । ତେବେ ପରବର୍ତ୍ତୀ ସମୟରେ ମ’ 19ରେ ନିର୍ବାଚନ ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଥିଲା ।

ଠିକ୍‌ ଏହି ସମୟରେ ଫଣା ମେଲାଇ ଆସିଲା ଫୋନି ଆଉ ଧ୍ୱସ୍ତବିଧ୍ୱସ୍ତ କରିପକାଇଲା ସବୁକିଛି । ଯଦିଓ ଫୋନିର ପ୍ରଭାବରେ ପୁରୀ ଜିଲ୍ଲା ଏବଂ ସ୍ମାର୍ଟସିଟି ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

କିନ୍ତୁ କେନ୍ଦ୍ରାପଡ଼ା ପାଟକୁରାରେ ଏହାର ପ୍ରଭାବ ଏତେ ବେଶି ନଥିଲେ ମଧ୍ୟ ରାଜନୀତିରେ କିନ୍ତୁ ପ୍ରଭାବ ଦେଖାଦେଇଛି । ନିର୍ବାଚନକୁ ଚକ୍ରାନ୍ତ କରି ଘୁଞ୍ଚାଇ ଦିଆଯାଇଛି ।

ଏନେଇ ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର । ଅନ୍ୟପଟେ ଏହ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ପାତ୍ର ।

Spread the love