ପାସ୍‌ବୁକ୍‌ ଦେଖାଇ ଉଠାଇହେବ ଦୁଇ ହଜାର ଟଙ୍କା

ବାତ୍ୟା ‘ଫୋନି’ ପାଇଁ ଏବେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ କରାଯାଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ନିଜର ପାସ୍‌ବୁକ୍‌ ଦେଖାଇଲେ ବ୍ୟାଙ୍କରୁ ନଗଦ ଦୁଇ ହଜାର ଟଙ୍କା ଉଠାଇ ହେବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ  25ଟି ସରକାରୀ ଓ ଘରୋଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏକ ବୈଠକରେ ଆଜି ଏପରି ନିଷ୍ପତ୍ତି ନିଆଯାଇଛି।

ବାତ୍ୟା ‘ଫୋନି’ ଯୋଗୁ ଇଣ୍ଟରନେଟ୍‌ ଓ ବ୍ୟାଙ୍କ ସେବା ବ୍ୟାହତ ହୋଇଛି। ତେଣୁ ଉପଭୋକ୍ତାମାନେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି। ସେମାନଙ୍କୁ ପୂର୍ବ ପରି ବ୍ୟାଙ୍କ ସେବା ଯୋଗାଇବା ପାଇଁ ଜେନେରେଟର କିମ୍ବା କୌଣସି ମାଧ୍ୟମରେ ବ୍ୟାଙ୍କ ଓ ATM ଚାଲୁ ରଖିବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି। ଉପଭୋକ୍ତା ପାସ୍‌ବୁକ ଦେଖାଇ ନଗଦ    ଟଙ୍କା ଉଠାଣ କରିପାରିବେ। କ୍ଷତିଗ୍ରସ୍ତ ଉପଭୋକ୍ତା SBI ବୀମା କରିଥିଲେ, ତାହା ମଧ୍ୟ କ୍ଲେମ୍‌ କରିପାରିବେ।

ପୁରୀରେ ନିରନ୍ତର ବ୍ୟାଙ୍କ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଅଧିକ ସଂଖ୍ୟାରେ ମୋବାଇଲ ATM ଆଣିବାକୁ ନିଷ୍ପତ୍ତି ହୋଇଥିବା ବୈଠକ ପରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛିନ୍ତି।

Spread the love