ଗଞ୍ଜାମରେ ପୁଣି କୋଭାକ୍ସିନ ଟୀକାକରଣ ଆରମ୍ଭ, ଟୀକା ନେବା ପାଇଁ ଲାଇନ୍‌ରେ ଭୁଲିଗଲେ କୋଭିଡ଼ ନିୟମ

ସାନଖେମୁଣ୍ଡି ୩୦।୦୮: ଗଞ୍ଜାମ ଜିଲ୍ଲା ପୁଣି ଥରେ ଆରମ୍ଭ ହୋଇଛି କୋଭାକ୍ସିନର ପ୍ରଥମ ଡୋଜ ଟିକାକରଣ । ଜିଲ୍ଲାର ଅନେକ ସ୍ଥାନରେ ଟିକା ନେବାକୁ ଅନ୍‌ଲାଇନ୍‌ ସ୍ଲଟ ବୁକ୍‌ ନହେବାରୁ ରାତି ତମାମ ଲାଇନ୍‌ରେ ଠିଆ ହୋଇଛନ୍ତି ମହିଳା । ଏହି ସମୟରେ ଲୋକେ ଭୁଲିଯାଇଛନ୍ତି କରୋନା କଟକଣା । ଲମ୍ବା ଲମ୍ବା ଲାଇନରେ ନାଅଛି ସାମାଜିକ ଦୂରତା, ନା ମୁହଁରେ ଅଛି ମାସ୍କ ।

ଖବର ଅନୁଯାୟୀ, ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଆଡ଼ପଡା ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ର, ଡେଙ୍ଗାଉସ୍ତ। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର , ରାମଚନ୍ଦ୍ରପୁର ବିଦ୍ୟାଳୟ , କୈଠବେଢା ବିଦ୍ୟାଳୟ ପରିସରରେ କୋଭାକ୍ସିନର ପ୍ରଥମ ଡୋଜ ଉପଲବ୍ଧ ଥିବା ନେଇ ଆଗୁଆ ସୂଚନା ମିଳିଥିଲା । ଅନ୍‌ଲାଇନ୍‌ ସ୍ଲଟ ବୁକ ନହେବାରୁ ରାତି ଅଧରେ ମହିଳାମାନେ ଲମ୍ବା ଲାଇନରେ ଠିଆ ହୋଇଥିଲେ। ଡେଙ୍ଗା ଓସ୍ତା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତି ଅଧାରୁ ଲମ୍ବା ଲାଇନରେ ଜଗି ରହିଛନ୍ତି । ପ୍ରଥମ ଡୋଜ ଟୀକା ଦେବା ପାଇଁ ପ୍ରବଳ ଭିଡ ହୋଇଛି । ମେଡ଼ିକାଲ ପରିସରରେ ଦେଖାଦେଇଛି ଜନ ସମୁଦ୍ର। ନାଁ ମୁହଁରେ ଅଛି ମାସ୍କ । ନାଁ କିଏ ମାନିଥିଲେ ସାମାଜିକ ଦୂରତା। କୋଭିଡ ଗାଇଡ଼ଲାଇନର ବେଖାତିର କରିଛନ୍ତି ଲୋକେ। ସେହିଭଳି ଆଡପଡ଼। ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ମାନୁନାହାନ୍ତି କୋଭିଡ଼ ନିୟମ, କେବଳ ଲକ୍ଷ୍ୟ ଟିକା ନେବା ।

Spread the love