ବିଧାନସଭା ଅଧିବେଶନ ପୂର୍ବରୁ ୨ଜଣ ପଜିଟିଭ୍, ୪୯୩ ଜଣଙ୍କର କରାଯାଇଥିଲା କୋଭିଡ୍ ଟେଷ୍ଟ

ଭୁବନେଶ୍ବର ୩୦।୮: ବିଧାନସଭା ଅଧିବେଶନ ପୂର୍ବରୁ ୨ ଜଣ ପଜିଟିଭ । ରବିବାର ୪୯୩ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ପାଇଁ ରବିବାର କୋଭିଡ୍ ଟେଷ୍ଟ କରାଯାଇଥିଲା । ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଧାନସଭାର ସମସ୍ତ ସଦସ୍ୟଙ୍କ ଆଣ୍ଟିବଡି ସହ କୋଭିଡ୍ ପରୀକ୍ଷା କରାଯାଇଥିଲା । ଏଥିପାଇଁ ବିଧାନସଭା ପରିସରରେ ବିଧାନସଭା ସଦସ୍ୟଙ୍କ କୋଭିଡ୍ ନମୁନା ସଂଗ୍ରହ ଶିବିର ଅନୁଷ୍ଠିତ ହୋଇଥିଲା । ବିଧାନସଭାର ସବୁ କର୍ମଚାରୀଙ୍କର ମଧ୍ୟ ଆରଟିପିସିଆର ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୨ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି ।

ଆସନ୍ତା ପହିଲାରୁ ଓଡିଶା ବିଧାନସଭାର ବର୍ଷାକାଳୀନ ଅଧିବେଶନ ଆରମ୍ଭ ହେବ । ଏହା ଆସନ୍ତା ୯ ଯାଏଁ ଚାଲିବ । ଏଥିରେ ୮ଟି କାର୍ଯ୍ୟଦିବସ ଥିବାବେଳେ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଗୃହକାର୍ଯ୍ୟ ପୂର୍ବାହ୍ନ ସାଢେ ୧୦ଟାରୁ ଆରମ୍ଭ ହୋଇ ସାଢେ ଗୋଟାଏ ଏବଂ ଅପରାହ୍ନରେ ୪ଟାରୁ ୬ଟା ଯାଏଁ ଚାଲିବ ।

Spread the love