ପାକ ସାମ୍ବାଦିକ ଚାନ୍ଦ ନବାବଙ୍କ ଭାଇରାଲ ଭିଡିଓ ହେବ ନିଲାମ, ନିଲାମୀ ରାଶି ଧାର୍ଯ୍ୟ ହୋଇଛି ଏତିକି ଲକ୍ଷ ଟଙ୍କା

ନୂଆଦିଲ୍ଲୀ ୩୦/୦୮ : ପାକିସ୍ତାନର ପ୍ରସିଦ୍ଧ ସାମ୍ବାଦିକ ଚାନ୍ଦ ନବାବଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ହୋଇଛି। ତାଙ୍କର ଏକା ଭିଡିଓରେ ଟଙ୍କା ବର୍ଷା ହେବାକୁ ଯାଉଛି। ଇଦ ଅବସରରେ କରାଚୀ ରେଲୱେ ଷ୍ଟେସନରେ ରିପୋଟିଂ କରୁଥିବା ଭାଇରାଲ ଭିଡିଓ ନିଲାମ ହେବାକୁ ଯାଉଛି। ଚାନ୍ଦ ନବାବ ନିଜର ଏହି ଭିଡିଓ ନିଲାମ କରୁଛନ୍ତି। ଏହି ଭିଡିଓ ପାଇଁ ସେ ନିଲାମୀ ରାଶି ୪୬ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛନ୍ତି।

ଚାନ୍ଦ ନବାବଙ୍କ ଏହି ଭିଡିଓ ଡିଜିଟାଲ ସମ୍ପତ୍ତି ଭାବେ ବିକ୍ରି ହେବାକୁ ଯାଉଛି। ଇଣ୍ଡିଆ ଟୁଡ଼େର ଏକା ରିପୋର୍ଟ ଅନୁଯାୟୀ, ଚାନ୍ଦ ନବାବ ଫାଉଣ୍ଡେସନ ଆପରେ ଏହି ଭିଡିଓ ନିଲାମ ପାଇଁ ନନ ଫଙ୍ଗିବଲ ଟୋକନ (NFT) ଭାବେ ରଖିଛନ୍ତି। ଏନଏଫଟି ସେହି ପ୍ଲାଟଫର୍ମ ଯେଉଁଠି ଡିଜିଟାଲ ପ୍ରପର୍ଟି ଜରିଆରେ କ୍ରିଏଟର୍ସ ଟଙ୍କା ରୋଜଗାର କରିଥାନ୍ତି।

ନିଲାମୀ ପ୍ଲାଟଫର୍ମରେ ଚାନ୍ଦ ନବାବ ଲେଖିଛନ୍ତି, ମୁଁ ଚାନ୍ଦ ନବାବ ଓ ପେସାରେ ସାମ୍ବାଦିକ। ୨୦୦୮ରେ ମୋର ଏକା ଭିଡିଓ ୟୁଟ୍ୟୁବରେ ଭାଇରାଲ ହୋଇଥିଲା। ରେଲୱେ ଷ୍ଟେସନରେ ଇଦ ପାଇଁ ଜମା ହୋଇଥିବା ଭିଡ ବିଷୟରେ କହୁଛି। ରିପୋଟିଂ ସମୟରେ ମୋତେ ଅନେକ ଥର ଅଟକିବାକୁ ପଡିଥିଲା କାରଣ ଲୋକେ ଲଗାତାର ଯିବା ଆସିବା କରୁଥିଲେ। ଲଗାତାର ହେଉଥିବା ବାଧା ଯୋଗୁଁ ଏହି ଭିଡିଓକୁ ଭାଇରାଲ ହୋଇଥିଲା ଓ ଏବେ ଏହି ଭିଡିଓ ନିଲାମ ହେବାକୁ ଯାଉଛି।

ରିପୋର୍ଟ ଅନୁଯାୟୀ, ଭିଡିଓର ସର୍ବନିମ୍ନ ମୂଲ୍ୟ ୬୩ ହାଜର ୬୦୪ ଡଲାର(ପ୍ରାୟ ୪୬ ଲକ୍ଷ ୭୪ ହଜାର ଟଙ୍କା) ରଖାଯାଇଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ରେଲୱେ ଷ୍ଟେସନରେ ଲୋକଙ୍କ ଭିଡ ଜମା ହୋଇଥିଲା ଓ ସିଢିରେ ଛିଡା ହୋଇଥିବା ଚାନ୍ଦ ନବାବ ଆଗକୁ ଲୋକେ ବାରମ୍ବାର ଆସୁଥିଲେ ଯେଉଁଥିପାଇଁ ସେ ରାଗି ଯାଇଥିଲେ। ଏହାପରେ ଏହି ଭାଇରାଲ ଭିଡିଓ ଖୁବ ଲୋକପ୍ରିୟ ହୋଇଥିଲା। ଲୋକେ ଏହି ଭିଡିଓ ବହୁତ ସେୟାର କରିଥିଲେ। ଭାରତରେ ମଧ୍ୟ ଏହି ଭିଡିଓ ବହୁତ ଭାଇରାଲ ହୋଇଥିଲା।

Spread the love