କାବୁଲ ଏୟାରପୋର୍ଟରେ ରକେଟ ହମଲା କରିଛି ISIS, ନିଜକୁ ଦାୟୀ କଲା ଆତଙ୍କବାଦୀ ସଙ୍ଗଠନ

କାବୁଲ ୩୦/୮: କାବୁଲ ଏୟାରପୋର୍ଟ ପାଖରେ ସୋମବାର ହୋଇଥିବା ରକେଟ୍‌ ହମଲା ପାଇଁ ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଙ୍ଗଠନ ଇସ୍ଲାମିକ୍‌ ଷ୍ଟେଟ୍‌। ଏହା ପୂର୍ବରୁ ଇସ୍ଲାମିକ୍‌ ଷ୍ଟେଟ୍‌ ଏୟାରପୋର୍ଟରେ ଆତ୍ମଘାତୀ ବିସ୍ଫାରଣ କରିଥିଲା। ଏଥିରେ ୧୭୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୩ ଆମେରିକୀୟ ଯବାନ ମଧ୍ୟ ଥିଲେ। ସେବେଠୁ ଏହା ଦ୍ବିତୀୟ ବଡ଼ ଆକ୍ରମଣ ଥିଲା। ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆଇଏସ୍‌ଆଇଏସ୍‌।

ଆତଙ୍କବାଦୀ ସଂଗଠନ ଅନୁସା​‌ରେ, କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ୬ଟି ରକେଟ୍‌ ସାହାଯ୍ୟରେ ଆକ୍ରମଣ ହୋଇଥିଲା। ଆମେରିକାର ଆଣ୍ଟି ମିସାଇଲ୍‌ ଡିଫେନ୍ସ ସିଷ୍ଟମ ସେଥିମଧ୍ୟରୁ ୫ ଟି ରକେଟ୍‌ ଅଟକାଇଥିଲା। ଅନ୍ୟପଟେ ଆଫଗାନିସ୍ତାନରେ ଇସ୍ଲାମିକ୍‌ ଷ୍ଟେଟ୍‌ର କାର୍ଯ୍ୟକଳାପ ସମାପ୍ତ ନେଇ ତାଲିବାନର ମନ୍ତବ୍ୟ ଚର୍ଚ୍ଚା ସୃଷ୍ଟି କରିଛି। ତାଲିବାନ ମତରେ ଆମେରିକା ସେନା କାବୁଲ ଛାଡ଼ିବା ପରେ ହିଁ ଦେଶରେ ଆତଙ୍କବାଦୀ ସଙ୍ଗଠନର ଆକ୍ରମଣ ବନ୍ଦ ହେବ।

ଏହାକୁ ନେଇ ଆମେରିକା ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି, ଓ୍ବାଶିଂଟନ୍‌ ଆଶା କରୁଛି ତାଲିବାନ ଦେଇଥିବା ପ୍ରତିଶ୍ରୁତିର ପାଳନ କରିବ। ଏହା ପୂର୍ବରୁ କାବୁଲରେ ଆମେରିକୀୟ ରାଷ୍ଟ୍ରଦୂତ ରୁହନ୍ତୁ ବୋଲି ତାଲିବାନ କହିଥିଲା। ଏହା ସହ ଆମେରିକା ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ନେଡ୍‌ ପ୍ରାଇସ୍‌ କହିଛନ୍ତି, ‘ଆମେ ତାଲିବାନର ଅନେକ ମନ୍ତବ୍ୟ ଶୁଣିଛୁ। ସେଥିରୁ ଅନେକ ବୟାନ ସକାରାତ୍ମକ ଥିବା ବେଳେ କିଛି କଥାରେ ସେ ଆହୁରି ଭଲ କରିବ ବୋଲି କହିଥିଲା। କିନ୍ତୁ ଶେଷରେ ଆମେ ତାର କାମ ଦେଖିକୁ କଥା ନୁହେଁ।’ ଏହା ବ୍ୟତୀତ ଅଗଷ୍ଟ ୩୧ ଯୁଦ୍ଧା ଆମେରିକା ସୈନିକ କାବୁଲ ଛାଡ଼ିବେ ବୋଲି ପୁଣି ଥରେ ସେ କହିଛନ୍ତି ।

Spread the love