ମଥୁରା ପେଡା

ଆବଶ୍ୟକ ସାମଗ୍ରୀ
ଖୁଆ – ୨୦୦ ଗ୍ରାମ
ଚିନି ପାଉଡର – ୧୨୫ ଗ୍ରାମ
ଘିଅ – ୧ ବଡ ଚାମଚ
କ୍ଷୀର – ୧/୪ କପ୍‌
ମିଲ୍କ ପାଉଡର – ୨ କପ୍‌

ପ୍ରସ୍ତୁତି ପ୍ରଣାଳୀ
କଡାରେ ଘିଅ ଗରମ କରି ଧୀମା ଆଞ୍ଚରେ ଖୁଆକୁ ଫ୍ରାଏ କରନ୍ତୁ।
ଖୁଆ ଭାଜି ହୋଇଗଲା ପରେ ସେଥିରେ ୨ ବଡ ଚାମଚ କ୍ଷୀର ମିଶାନ୍ତୁ।
ଏହାକୁ ସେତେ ପର୍ଯ୍ୟନ୍ତ ମିଶାନ୍ତୁ ଯେତେ ପର୍ଯ୍ୟନ୍ତ କ୍ଷୀର ଖୁଆ ସହିତ ନ ମିଶିଛି।
ମିଶ୍ରଣକୁ ଥଣ୍ଡା ହେବା ପାଇଁ ପାତ୍ରରେ ପକାଇ ଦିଅନ୍ତୁ।
ଏଥିରେ ଏକ ବଡ ଚାମଚ ଚିନି ମିଶାନ୍ତୁ।
ମିଶ୍ରଣ ଯଦି ସୁଖିଲା ଲାଗେ ତାହେଲେ ସେଥିରେ କ୍ଷୀର ମିଶାଇ ମନପସନ୍ଦର ଆକାର ବା ସେପ୍‌ ଦେଇ ପେଡା ପ୍ରସ୍ତୁତ କରନ୍ତୁ।
ପେଶି ରଖିଥିବା ଚିନିରେ ପେଡାକୁ ରୋଲ କରିଦିଅନ୍ତୁ।
ଏବେ ଆପଣଙ୍କ ମଥୁରା ପେଡା ପ୍ରସ୍ତୁତ ହୋଇଯାଇଛି।
ଏହାକୁ ଆପଣ ସର୍ଭିଙ୍ଗ୍‌ ପ୍ଲେଟକୁ ବାହାର କରି କାହ୍ନାଙ୍କୁ ଭୋଗ ଲଗାଇପାରିବେ।
ଏହାପରେ ପ୍ରସାଦ ସ୍ୱରୂପ ସମସ୍ତଙ୍କୁ ବାଣ୍ଟନ୍ତ ଏବଂ ନିଜେ ବି ଖାଆନ୍ତୁ।

Spread the love