12 ତାରିଖ ସୁଦ୍ଧା ଟ୍ରେନ୍ ଚଳାଚଳ ସ୍ୱାଭାବିକ : ଧର୍ମେନ୍ଦ୍ର ପ୍ରଧାନ

ଆସନ୍ତା 12 ତାରିଖ ସୁଦ୍ଧା ଟ୍ରେନ୍ ଚଳାଚଳ ସ୍ୱାଭାବିକ୍ ହେବ l ଆଜି ରେଳ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ସମୀକ୍ଷା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଘଡିସନ୍ଧି ମୂହର୍ତରେ ରେଳ ବିଭାଗର କ୍ରାଇସିସ୍ ମ୍ୟାନେଜମେଂଟର  ଭଲ ସ୍ୱଭାବ ଅଛି କାମ କରିବାର । ରାଜ୍ୟ ସରକାରଙ୍କ ସହ ରେଳ ବିଭାଗ କାନ୍ଧକୁ କାନ୍ଧ ମିଶାଇ କାମ କରୁଛି । ରେଳବିଭାଗର ପ୍ରସ୍ତୁତି ସନ୍ତୋଷଜନକ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ବାତ୍ୟା ଫୋନିର ପ୍ରଭାବରେ ଖୋର୍ଦ୍ଦା ଡିଭିଜନ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା । ଭୁବନେଶ୍ୱର-ଖୋର୍ଦ୍ଦା ରୋଡ, ପୁରୀ ଓ କଟକ ଷ୍ଟେସନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ।

18 ପେୟାର ଟ୍ରେନ୍ ପୁରୀ ଯାଏଁ ଚାଲେ । ସେଥିମଧ୍ୟରୁ 10 ପେୟାର ଟ୍ରେନ୍ ପୁରୀକୁ ଚାଲିବା ଆରମ୍ଭ କରିଛି । ପୁରୀ ଏକ୍ସପ୍ରେସ ଚଳାଚଳ ସ୍ୱାଭାବିକ୍ ହୋଇଛି । 12 ତାରିଖ ମଧ୍ୟରେ ସମସ୍ତ ଟ୍ରେନ୍ ଚଳାଚଳ କରିବା ପାଇଁ ରେଳବିଭାଗର ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇଥିବା କଥା ସେ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ବିଜୁଳି ସଂଯୋଗ କାମ ରେଳେଓ ଟ୍ରାକସନ ରେ ପୁରୀ ପର୍ଯ୍ୟନ୍ତ ହୋଇସାରିଲାଣୀ । ଭୁବନେଶ୍ୱର-ଖୋର୍ଦ୍ଦା ମଧ୍ୟରେ ବିଜୁଳି ଜଳିବା କାରଣରୁ ପାଣି, ଚାର୍ଜିଂ ପଏଂଟ ବ୍ୟବସ୍ଥା ହୋଇସାରିଛି ।

ଯାହାଫଳରେ ଏହା ଆଶ୍ରୟ ଓ ଆସ୍ଥାର କେନ୍ଦ୍ରଭାବେ କାମ କରିପାରିଛି । ରଥଯାତ୍ରା ସମୟରେ ରେଳବିଭାଗ ଯେତିକି ପ୍ରସ୍ତୁତି କରେ ଚଳିତବର୍ଷ ତାହା ଠାରୁ ଅଧିକ ପ୍ରସ୍ତୁତି ରହିବା ପାଇଁ ରେଳବିଭାଗର ଅଧିକାରୀ ମାନେ କହିଛନ୍ତି ।

Spread the love