ପତ୍ନୀଙ୍କ ଦୁଇ ପ୍ରେମିକ ଓ ସ୍ୱାମୀର ପ୍ରେମିକା ଏକାସଙ୍ଗେ ହେଲେ ସମ୍ନାସାମ୍ନି, ବିବାଦରେ ଚାଲିଗଲା ଜଣେ ପ୍ରେମିକର ଜୀବନ

ଜୟପୁର ୩୧/୦୮ : ରାଜସ୍ଥାନ ଜୟପୁରରୁ ଏକ ଭୟାବହ ହତ୍ୟା ମାମଲା ସାମ୍ନାକୁ ଆସିଛି। ପ୍ରେମ ପ୍ରସଙ୍ଗ କାରଣରୁ ମୁହାନା ଅଞ୍ଚଳରେ ଜଣେ ଯୁବକକୁ ହତ୍ୟା କରିଦିଆଯାଇଛି। ସୂଚନା ଅନୁଯାୟୀ, ହତ୍ୟା ସେତେବେଳେ ହୋଇଥିଲା ଯେତେବେଳେ ଜଣେ ମହିଳାଙ୍କ ଦୁଇ ଭିନ୍ନ ଭିନ୍ନ ପ୍ରେମିକ, ମହିଳାଙ୍କ ସ୍ୱାମୀ ଓ ସ୍ୱାମୀଙ୍କ ଜଣେ ପ୍ରେମିକା ସମ୍ନାସାମ୍ନି ହୋଇଥିଲେ। ସମସ୍ତେ ସମ୍ନାସାମ୍ନି ହେବାରୁ ବିବାଦ ହୋଇଥିଲା। ଝଗଡା ଏତେ ବଢିଗଲା ଯେ ଜଣେ ଯୁବକର ମୃତ୍ୟୁ ହୋଇଗଲା। ଝଗଡାରେ ଜଣେ ମହିଳା ବି ଗୁରୁତର ଆହତ ହୋଇଛନ୍ତି। ମହିଳାଙ୍କୁ ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ମାମଲାର ଯାଞ୍ଚ କରୁଛି।

ପୋଲିସ ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୬ଟା ସମୟରେ ମୁହାନା ମଣ୍ଡି ପରିସରରେ ଚା’ ଦୋକାନ ନିକଟରେ ଜଣେ ମହିଳା ଓ ଯୁବକ ଆହତ ହୋଇଥିବା ଖବର ମିଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ହସ୍ପିଟାଲ ନେଇ ଯାଇଥିଲା। ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ମହିଳାଙ୍କର ଚିକିତ୍ସା ଚାଲିଛି। ଆହତ ମହିଳା ବସନ୍ତୀ ରେଗର ଗଙ୍ଗାପୁର ସିଟିରେ ରୁହନ୍ତି। ସେ ନିଜ ସ୍ୱାମୀ କହ୍ନେୟା ରେଗର ଓ ଝିଅ ସହ ମୁହାନା ମଣ୍ଡି ନିକଟରେ ରହୁଥିଲେ। ସୋମବାର ବିଳମ୍ବିତ ରାତିରେ ବସନ୍ତୀଙ୍କ ଜଣେ ପ୍ରେମିକ ମୁକେଶ ବର୍ମା ସେଠାକୁ ଆସିଥିଲା। ଠିକ ଏତିକିବେଳେ ବସନ୍ତୀ ଆଉ ଜଣେ ପ୍ରେମିକ ମୋହନୟା ମଧ୍ୟ ସେଠାରେ ପହଞ୍ଚିଥିଲେ। ସେତିକିବେଳେ ବସନ୍ତୀଙ୍କ ସ୍ୱାମୀ ଓ ତାଙ୍କ ପ୍ରେମିକା ମଧ୍ୟ ମଣ୍ଡି ପରିସରକୁ ଆସିଥିଲେ। ସମସ୍ତେ ମଦ ନିଶାରେ ଥିଲେ ଓ ସମସ୍ତେ ଏକାସଙ୍ଗେ ସମ୍ନାସାମ୍ନି ହେବାରୁ ପାରସ୍ପରିକ ବିବାଦ ହୋଇଥିଲା।

ଝଗଡା ବେଳେ ବସନ୍ତୀ ଗୁରୁତର ଆହତ ହୋଇଗଲେ ଓ ତାଙ୍କ ପ୍ରେମିକ ମୋହନୟାଙ୍କ ମୃତ୍ୟୁ ହୋଇଛି। ପୋଲିସ ଯାଞ୍ଚ ବେଳେ ବସନ୍ତୀଙ୍କ ସ୍ୱାମୀ ଓ ତାଙ୍କ ପ୍ରେମିକା ମଦ ନିଶାରେ ଥିଲେ। ପୋଲିସ ସମସ୍ତଙ୍କୁ ପଚରାଉଚୁରା କରୁଛି। ପୋଲିସ ମୃତକ ମୋହନୟାର ଶବ ବ୍ୟବଚ୍ଛେଦ ପାଇଁ ମହାତ୍ମା ଗାନ୍ଧୀ ହସ୍ପିଟାଲକୁ ପଠାଇଛି। ପୋଲିସ ମହିଳାଙ୍କ ଆଉ ଜଣେ ପ୍ରେମିକ ମୁକେଶ ଶର୍ମାକୁ ଖୋଜୁଛି।

Spread the love