ତିରୁପତି ମନ୍ଦିରରେ 9000 କେଜି ସୁନା‌

ଆନ୍ଧ୍ର ପ୍ରଦେଶରେ ଥିବା ତିରୁପତି ମନ୍ଦିର ପାଖରେ 9000 କେଜିରୁ ଅଧିକ ସୁନାର ଭଣ୍ଡାର ରହିଛି। ଏହି ମନ୍ଦିରର ଦେଖାଶୁଣା କରୁଥିବା ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି) ପକ୍ଷରୁ ଦୁଇଟି ସରକାରୀ ବ୍ୟାଙ୍କରେ ସୁନା ଜମା ସ୍କିମ୍ ଅଧୀନରେ 7235 କେଜି ସୁନା ଜମା କରାଯାଇଛି। ଏହାର ଟ୍ରେଜେରିରେ 1934 କେଜି ସୁନା ଅଛି। ସାଧାରଣତଃ ସୁନା ଭଣ୍ଡାର ବିଷୟରେ ସୂଚନା ଦେବାକୁ ଟିଟିଡି କୁଣ୍ଠା ପ୍ରକାଶ କରିଥାଏ। ମାତ୍ର ଗତ ମାସରେ ନିର୍ବାଚନ ଅଧିକାରୀମାନେ ତାମିଲନାଡୁରେ 1381 କେଜି ସୁନା ଜବତ କରିବା ପରେ ମନ୍ଦିର କତୃର୍ପକ୍ଷ ସୁନାର ବିବରଣୀ ପ୍ରଦାନ କରିବାକୁ ଆଗେଇ ଆସିଥିଲେ। ଏହି ସବୁ ସୁନାକୁ ତିରୁପତି ମନ୍ଦିର କତୃର୍ପକ୍ଷ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଚେନ୍ନାଇ ଶାଖାରେ ରଖିଥିଲେ। ସୁନା ଜମାର ଅବଧି ଶେଷ ହୋଇଯିବା ପରେ ଏକ ଟ୍ରକ୍‌ରେ ଲଦି ସୁନାଗୁଡ଼ିକୁ ତିରୁପତି ଅଣାଯାଉଥିବା ବେଳେ ତାମିଲନାଡୁର ତିରୁଭାଲୁର ଜିଲ୍ଲାରେ ଟ୍ରକ୍‌କୁ ନିର୍ବାଚନ ଅଧିକାରୀମାନେ ଅଟକାଇଥିଲେ। ବ୍ୟାଙ୍କ ପକ୍ଷରୁ ସବୁ ପ୍ରକାର କାଗଜପତ୍ର ଦେଖାଇବା ପରେ ‌ଟ୍ରକ୍‌କୁ ଛାଡ଼ିଦିଆଯାଇଥିଲା।

Spread the love