ସାରକୁ ନେଇ ବିଜେଡିର ଧାରଣା; ମିଥ୍ୟାକୁ ସତ୍ୟରେ ପରିଣତ କରିବାର ହୀନ ପ୍ରୟାସ : ବିଜେପି

ଭୁବନେଶ୍ୱର: ବିଧାନସଭା ମୈାସୁମୀ ଅଧିବେସନ ଆଜିଠୁ ବିଜେଡି ବିଭିନ୍ନ ବିଷୟ ପ୍ରସଙ୍ଗରେ ବିଧାନସଭା ଗୃହ ମଧ୍ୟରେ ଆଲୋଚନା କରିବା କଥା। କିନ୍ତୁ ବିଧାନସଭା ଗୃହ ବାହାରେ ଆନ୍ଦୋଳନ କରୁଛି। ଓଡଶାବାସୀଙ୍କ ସମସ୍ୟାର ସମାଧାନ ପାଇଁ ବିଧାନସଭା ଗୃହରେ ଆଲୋଚନା କରିବାକୁ ଶାସକ ବିଜେଡିର ସାହାସ ନଥାଏ। ବିଭିନ୍ନ ଆଳରେ ରାଜ୍ୟରେ ମରୁଡି କରାଳ ଛାୟା ଥିବାବେଳେ ଆଲୋଚନାକୁ ନ ଆସ ଶାସକ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରିବା ଅତ୍ୟନ୍ତ  ହାତ୍ସ୍ୟାସ୍ପଦ। ନିଜ ଅପାରଗତା ଓ ସ୍ଥାଣୁତା ଲୁଚାଇବାକୁ ଯାଇ ଶାସକ ବିଜେଡି ଆଜି ପୁଣି ଆଉ ଗୋଟେ ନାଟକ କରିଛି। ସାର ଧାରଣ ଦେଇ ମିଥ୍ୟାକୁ ସତ୍ୟରେ ପରିଣତ କରିବାର ହୀନ ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ । ଖରିଫ ଋତୁ ପାଇଁ ଆବଶ୍ୟକୀୟ ପରିମାଣର ସାର ରାଜ୍ୟରେ ମହଜୁଦ ଅଛି ବୋଲି ସରକାରୀ ୱେବ୍‌ସାଇଟରେ ସ୍ପଷ୍ଟ ଉଲ୍ଲେଖ ଥିବାବେଳେ ନିଜ ବିଫଳତାକୁ ଲୁଚାଇବା ପାଇଁ କେନ୍ଦ୍ର ଉପରେ ଦୋଷ ଲଦି ଲୋକ ଦେଖାଣିଆ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଶ୍ରୀ ମହାପାତ୍ର ୨୦୨୨ ମସିହା ସୁଦ୍ଧା କୃଷକଙ୍କ ଆୟ ମୋଦି ସରକାର ରାଜ୍ୟ ସରକାରମାନଙ୍କୁ ଧାର୍ଯ୍ୟ ସାର ଠାରୁ ଅଧିକ ସାର ଯୋଗାଇ ପ୍ରାଥମିକତା ଦେଉ ଆସୁଛନ୍ତି ମୋଦି ସରକାର। ନେଇ ବିଚାରବିମର୍ଷ କରିବା ସହ ସାରର ଯୋଗାଣକୁ ମଧ୍ୟ  କେନ୍ଦ୍ର ସରକାରଙ୍କୁ ଦୋଷ ଦେବା ଅଭ୍ୟାସରେ ପରିଣତ ହୋଇସାରିଛି ରାଜ୍ୟ ସରକାରଙ୍କ ୱେବ୍‌ସାଇଟରେ ଉଲ୍ଲେଖ ତଥ୍ୟାନୁଯାୟୀ ରାଜ୍ୟ ଆବଶ୍ୟକ ଥିବାବେଳେ କେନ୍ଦ୍ର ସରକାର ୩.୬୪ ଲକ୍ଷ ମେଟ୍ରକ ଟନ୍ ୟୁରିଆ ସାର ଯୋଗାଇ ସାରିଛନ୍ତି । ସେହିପରି  ୧.୮୫ ଲକ୍ଷ ମେଟ୍ରିକ ଟନ ଆବଶ୍ୟକ  ଥିବାବେଳେ ୦.୯୬ଲକ୍ଷ ମେଟ୍ରକ ଟନ୍‌;  ମେଟ୍ରିକ ଟନ ଯୋଗାଇ ଦିଆଯାଇଛି।ବିଜେଡି ବିଭିନ୍ନ ବିଷୟ ପ୍ରସଙ୍ଗରେ ବିଧାନସଭା ଗୃହ ମଧ୍ୟରେ ଆଲୋଚନା କରିବା କଥା। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଶାସକ ବିଜେଡି ବିଧାନସଭା ଗୃହ ବାହାରେ ଆନ୍ଦୋଳନ କରୁଛି ।

Spread the love