ଫୋନି ତାଣ୍ଡବର ଆହ୍ୱାନକୁ ସମ୍ଭାବନାରେ ପରିଣତ କରିବାର ଦାୟିତ୍ୱ ନେବାକୁ ହେବ : ଧର୍ମେନ୍ଦ୍ର ପ୍ରଧାନ

ଫୋନିର ତାଣ୍ଡବରେ ସବୁକିଛି ଛାର୍‌ଖାର୍‌ ହୋଇଯାଇଛି । ଧିରେଧିରେ ସ୍ଥିତି ସୁଧୁରୁଥିଲେ ମଧ୍ୟ ଲୋକମାନଙ୍କ ମନରେ ଉଦାସ ଭାବ ପରିଲକ୍ଷିତ ହେଉଛି । ଏହାକୁ ନଜରରେ ରଖି ରାଜ୍ୟବସୀଙ୍କୁ ଦୃଢତାର ସହ ପରିସ୍ଥିତି ମୁକାବିଲା କରିବାକୁ ପ୍ରେରଣା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୋସିଆଲ ମିଡିଆ ମାଧ୍ୟମରେ ଲୋକମାନଙ୍କ ମନରେ ଦୃଢତା ଆଣିବା ସହ ଫୋନି ତାଣ୍ଡବର ଆହ୍ୱାନକୁ ସମ୍ଭାବନାରେ ପରିଣତ କରିବା ପାଇଁ ବୁଝାଇଛନ୍ତି ଧର୍ମେନ୍ଦ୍ର । ଫୋନି ତାଣ୍ଡବର ଆହ୍ୱାନକୁ ସମ୍ଭାବନାରେ ପରିଣତ କରିବାର ଦାୟିତ୍ୱ ନେବାକୁ ହେବ । ମଣିଷ ଯେତେବେଳେ କୋଣଠେସା ହୁଏ ସେତେବେଳେ ନୂଆ ରାସ୍ତା ବାହାର କରେ । ଫୋନିର ମହାପ୍ରଳୟରେ ମହାପ୍ରଭୁଙ୍କ ଆଖପାଖ ଅଞ୍ଚଳ ପ୍ରଭାବିତ । କଟକ-ପୁରୀ-ଭୁବନେଶ୍ୱର ତଥା ଅନ୍ୟାନ୍ୟ ଜିଲ୍ଲା କେନ୍ଦ୍ରକୁ ଆଧାର କରି ଏକବିଂଶ ଶତାଦ୍ଦୀ ମାନର ଭିତ୍ତିଭୂମି ତଥା ଅର୍ଥନୈତିକ ସମ୍ଭାବନାର ଦୀର୍ଘମିଆଦୀ କଳ୍ପନା କରିବା ଫୋନିର ଆହ୍ୱାନ । ସାରା ବିଶ୍ୱରେ ବହୁ ସମ୍ଭ୍ରାନ୍ତ ଓଡିଆ ଆଜି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ । ଅମିନ ଠାରୁ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ପର୍ଯ୍ୟନ୍ତ ସ୍ଥାନରେ ଓଡିଆ ।

ବାତ୍ୟା ଆସିବା ସହିତ ଜୀବନବଞ୍ଚାଇବା କଳାରେ ଆମେ ସିଦ୍ଧହସ୍ତ ହୋଇସାରିଲୁଣି । ବାତ୍ୟା ପରେ ବିଜୁଳି, ପାଣି, ଟେଲିଫୋନ ଓ ଯୋଗାଯୋଗ ବ୍ୟବସ୍ଥା ହୋଇଯିବ ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମାତ୍ର ଗୁଜୁରାଟ ଭୁଜର ଭୂମିକମ୍ପ ପରେ ଗୁଜୁରାଟର ସେତେବେଳେର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆହ୍ୱାନକୁ ସମ୍ଭାବନାର ରୂପ ଦେଇ ସମ୍ପୂର୍ଣ୍ଣ ପଶ୍ଚିମ ଭାରତରେ ଏକ ନୂଆ ମଡେଲ ତିଆରି କଲେ ବୋଲି ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ।

Spread the love