ବିଜେପି ପାର୍ଥୀଙ୍କ ଅନୁପସ୍ଥିତିରେ କାହିଁକି ଖୋଲାଯାଇଥିଲା ଭୁବନେଶ୍ୱର ଇଭିଏମ ଷ୍ଟ୍ରଙ୍ଗରୁମ : ବିଜେପି

ଗତ ମେ ୮ ତାରିଖରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଜଟଣି,
ଏକ୍ରାମ, ଭୁବନେଶ୍ୱର ମଧ୍ୟ ଓ ଉତର, ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳିର ସମସ୍ତ ଇଭିଏମ ଥିବା ଷ୍ଟ୍ରଙ୍ଗରୁମକୁ ଖୋଲାଯାଇଥିଲା । ବିଜେପି ବିଧାୟକ ପାର୍ଥୀମାନଙ୍କ ଅନୁପସ୍ଥିତିରେ ଏହି ଇଭିଏମ ଷ୍ଟ୍ରଙ୍ଗରୁମ ଖୋଲାଯାଇଥିଲା ଯାହା ଭାରତୀୟ ଜନ ପ୍ରତିନିଧି ଆଇନ ୧୯୫୦ର ଧାରା ୪୯- ଟି ଅନୁସାରେ ବେଆଇନ ।

ଶାସକ ବଜି ୁ ଜନତା ଦଳର ପରାଜୟ ସୁନିଶ୍ଚିନ୍ତ ଥିବାରୁ ଜିଲ୍ଲା ପ୍ରଶାସନ ଶାସକ ଦଳକୁ
ଜିତାଇବା ପାଇଁ ଇଭିଏମ ଖୋଲି ଟାମ୍ପରିଙ୍ଗ କରିବା ପାଇଁ ଏହି ଷଡଯନ୍ତ୍ର କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନିରେ ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ମେ ୭ ତାରିଖରେ ଚିଠି ଜାରି କରି ଜିଲ୍ଲା ପ୍ରଶାସନ ତରବରିଆ ଭାବେ ମେ ୮ ତାରିଖ ସକାଳ ୧୦ଟାରେ ଇଭିଏମ ଖୋଲିବା ପଛରେ ଯର୍ଥାତତା କଣ ରହିଛି ? ଚିଠି ଜାରିକରିବାର ମାତ୍ର କେଇ ଘଂଟା ପରେ ଇଭିଏମ ଷ୍ଟ୍ରଙ୍ଗରୁମଖୋଲିବା ଏକ ବଡ ସନ୍ଦେହ ସୃଷ୍ଟି କରୁଛି ।
କାହିଁକି ଇଭିଏମ ଷ୍ଟ୍ରଙ୍ଗରୁମ ଖୋଲିବା ପୁର୍ବରୁ ସମସ୍ତ ବିଧାୟକ ଓ ସାଂସଦ ପାର୍ଥୀମାନଙ୍କୁ ଆଗରୁ ସୂଚନା ଦିଆଯାଇନଥିଲା ଏହା ଏକ ବଡ ପ୍ରଶ୍ନ ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରି ତୁରନ୍ତ ଏହି ଘଟଣା ଉପରେ ହସ୍ତକ୍ଷେପ କରି ଜିଲ୍ଲା ପ୍ରଶାସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଇଭିଏମ ଥିବା ଷ୍ଟ୍ରଙ୍ଗରୁମର ସୁରକ୍ଷା ଦୃଢ ନିଶ୍ଚିନ୍ତ କରନ୍ତୁ ।

Spread the love