ଟ୍ରେନ୍ ଭିତରେ ଅଣ୍ଡରୱିୟର ପିନ୍ଧି ବୁଲିଲେ ବିଧାୟକ

ସର୍ବଦା ଚର୍ଚ୍ଚାରେ ରହୁଥିବା ବିହାର ଜେଡିୟୁର ବିଧାୟକ ଗୋପାଳ ମଣ୍ଡଳ ଏବେ ଆଉ ଏକ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ଏଥର ଗୋପାଳ ମଣ୍ଡଳ ଦିଲ୍ଲୀ ଯିବା ସମୟରେ ଏଭଳି ଏକ କାମ କରିଛନ୍ତି, ଯାହାକୁ ନେଇ ହଙ୍ଗାମା ହୋଇଛି। ବିଧାୟକ ଗୋପାଳ ଟ୍ରେନ୍ ଭିତରେ ଅଣ୍ଡରୱେର ପିନ୍ଧି ବୁଲିଥିଲେ। ତେଜସ୍ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ବିଧାୟକ ଅଣ୍ଡରୱିୟର ଓ ବନିୟାନ୍ (ଗଞ୍ଜି) ପିନ୍ଧି ବୁଲୁଥିବା ବେଳେ ଜଣେ ଯାତ୍ରୀ ଏନେଇ ଆପତ୍ତି କରିଥିଲେ। ଯାହା ପରେ ବିଧାୟକ ଯାତ୍ରୀଙ୍କୁ ମାରପିଟ୍ କରିଥିବା ଜଣାପଡ଼ିଛି।ମାରପିଟ୍ ପରେ ରେଲୱେ ପ୍ରୋଟେକ୍ସନ୍ ଫୋର୍ସ (ଆରପିଏଫ୍) ଏବଂ ଟ୍ରେନର ଷ୍ଟାଫ୍ ମାମଲାର ସମାଧାନ କରିଥିଲେ। ଆପତ୍ତି ଉଠାଇଥିବା ଯାତ୍ରୀଙ୍କର ସିଟ୍ ବଦଳାଇ ଦିଆଯାଇଥିଲା ଏବଂ ବିଧାୟକଙ୍କର ଏଭଳି ପୋଷାକରେ ବୁଲିବାକୁ ରେଲୱେ ଭୁଲ୍ ବୋଲି ଦର୍ଶାଇଛି। ଏହି ଘଟଣା ଗୁରୁବାର ସନ୍ଧ୍ୟାରେ ପଟନାରେ ଘଟିଛି।

Spread the love