୩୬ କୋଟି ବ୍ୟୟରେ ଉଦ୍‌ଘାଟନ ହେଲା ମୋ ବସ୍‌ ଡିପୋ, ଆଗାମୀ ଦିନରେ ଯୋଡ଼ା ହେବ ନୂଆ ୧୦୦ ବସ୍‌

ଭୁବନେଶ୍ୱର, ୦୩/୦୯: ପଟିଆ ଓ ଭଗବାନପୁର ଠାରେ ଦୁଇଟି ନୂଆ ଷ୍ଟେଟ-ଅଫ-ଦି-ଆର୍ଟ ‘ମୋ ବସ’ ଡିପୋର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଟିଆସ୍ଥିତ ଡିପୋରୁ ଉଭୟ ବସ ଡିପୋର ହେଲା ଉଦଘାଟନ । ଆଗାମୀ ଦିନରେ ମୋ ବସରେ ଯୋଡ଼ିହେବ ଆଉ ୧୦୦ଟି ବସ । ଖୁବଶୀଘ୍ର ଇ-ରିକ୍ସା ମଧ୍ୟ ଲୋକଙ୍କ ସେବାରେ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି । ଇ – ରିକ୍ସାରେ ଚାଳକ ଭାବରେ କିନ୍ନର ଓ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯିବ । ଉଭୟ ଡ଼ିପୋର ନିର୍ମାଣରେ ପ୍ରାୟ ୩୬ କୋଟି ଟଙ୍କା ବ୍ୟୟ କରାଯାଉଛି ।

ପଟିଆ ସ୍ଥିତ ଏହି ଅତ୍ୟାଧୁନିକ ମୋ ଵସ୍ ଡିପୋରେ ମିଳିବ ଅନେକ ଅତ୍ୟାଧୁନିକ ସେବା । ଏହି ଡ଼ିପୋରେ ସମୁଦାୟ ୧୨୫ ଓ ଭଗବାନପୁରରେ ୧୨୫ଟି ଵସ ରହିବାର ସୁବିଧା ରହିଛି । ଏହାସହିତ ରେଷ୍ଟ ରୁମ, ଫୁଏଲ ଷ୍ଟେସନ, ସର୍ଭିସିଂ ଷ୍ଟେସନ, ୱାର୍କସପ ବିଲଡିଂ, ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ, ସୁଦୀର୍ଘ ୱାର୍ଡ, ସମ୍ପୂର୍ଣ୍ଣ ଅଫିସ, ମୋ ଵସର ମୁଖ୍ୟ କାର୍ଯ୍ୟଳୟ ଭଳି ଅନେକ ସୁବିଧା ଏହି ଡିପୋରେ ରହିପାରିବ ।

Spread the love