୧ ହଜାର କିଲୋଲିଟର କିରୋସିନର ମୂଲ୍ୟ ୩.୨ କୋଟି ଟଙ୍କା ପିଏସୟୁ ସିଏସଆଇଆର ଫଣ୍ଡରୁ ଯୋଗାଇ ଦିଆଯିବ – ଧର୍ମେନ୍ଦ୍ର ପ୍ରଧାନ

ଓଡିଶାର ଫନୀ ବାତ୍ୟା ପ୍ରଭାବିତ ପରିବାର ମାନଙ୍କ ପାଇଁ
ମାଗଣାରେ ହଜାରେ କିଲୋ ଲିଟର କରୋସିନ ଯୋଗାଇ ଦେବା  ପାଇଁ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କ ଅନୁରୋଧ ପତ୍ରକୁ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ୧ ହଜାର କିଲୋ ଲିଟର କିରୋସିନ ଯୋଗାଇଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟବସ୍ଥା କରିଛନ୍ତି । ଏ ସମ୍ୂନ୍ଧରେ ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଅବଗତ କରାଇଛନ୍ତି ।
ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ୧ ହଜାର କିଲୋ ଲିଟର
କିରୋସିନ ବାତ୍ୟା ପ୍ରଭାବିତଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯିବ । ଏଥିପାଇଁ ୧ ହଜାର କିଲୋ ଲିଟର କିରୋସିନର ମୂଲ୍ୟ ୩.୨ କୋଟି ଟଙ୍କା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟର ରାଷ୍ଟ୍ରାୟତ ଉଦ୍ୟେଗ ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅଥବା ରାଜ୍ୟ ତହବିଲକୁ ଯୋଗାଇ ଦେବ ।
ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି ୧ ହଜାର କିଲୋଲିଟର କିରୋସିନ ପାଇଁ ଆବଶ୍ୟକିୟ ଅର୍ଥ ରାଜ୍ୟ ସରକାରଙ୍କୁ ଯୋଗାଇ ଦେବା ସହ ତାଙ୍କ ମନ୍ତ୍ରଣାଳୟ ତରଫରୁ ଆଉ ଅତିରିକ୍ତ ୧ ହଜାର  କିଲୋଲିଟର କିରୋସିନ ରାଜ୍ୟ ସରକାର ସରକାରୀ ବ୍ୟବସ୍ଥାରେ ନେବା ପାଇଁ ଆବଶ୍ୟକିୟ ଅନୁମତି
ପ୍ରଦାନ କରାଯାଇଛି l

ଶ୍ରୀ ପ୍ରଧାନ କହିଛନ୍ତି ବାତ୍ୟା ପରେ ପରେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ୍ ଓ
ଏଲପିଜି ଉପଲବ୍ଧ କରାଯାଇଛି । ଶ୍ରୀ ପ୍ରଧାନ କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରାଳୟ ଏବଂ ଏହା ଅଧୀନରେ ଥିବା ରାଷ୍ଟାୟତ ଉଦ୍ୟେଗ ଗୁଡିକ ବାତ୍ୟା ପ୍ରଭାବିତ ଓଡିଶାରେ ରିଲିଫ ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love