ଆଫଗାନିସ୍ତାନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ, ଗୃହମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ

ନୂଆଦିଲ୍ଲୀ ୦୬/୦୯ : ଆଫଗାନିସ୍ତାନ ପ୍ରସଙ୍ଗରେ ମୋଦି ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଆଫଗାନିସ୍ତାନରେ ତାଲିବାନ ପ୍ରସଙ୍ଗକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଥିବା ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି ।

ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେବାକୁ ଥିବା ବେଳେ ଭାରତ ପ୍ରତି ଆଭିମୁଖ୍ୟ କଣ ରହିବ ସେ ନେଇ ସସ୍‌ପେନ୍ସ ଲାଗିରହିଛି । କାରଣ ତାଲିବାନ ସମର୍ଥନରେ ଖୋଲାଖୋଲି ଭାବେ ବାହାରିପଡିଛି ପାକିସ୍ତାନ । ତେଣୁ ତାଲିବାନକୁ ଢାଲ କରି ଭାରତ ଉପରେ ମଧ୍ୟ ବିପଦ ସୃଷ୍ଟି କରିପାରେ ପାକିସ୍ତାନ । ଅନ୍ୟପଟେ ଭାରତ ପ୍ରତି ସକାରାତ୍ମକ ଭାବ ରଖିବାକୁ କହିସାରିଛି ତାଲିବାନ । ଏ ତମାମ୍‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା​‌ରେ ତାଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଜାରି ରହିଥିବା ଜଣାପଡିଛି ।

Spread the love