ଖାଲି ପେଟରେ ଗରମ ପାଣି ପିଇବା ଦ୍ଵାରା ଶରୀରରେ କଣ ହୋଇଥାଏ ?

 ଆଜିଭଳି ଦିନରେ ସମସ୍ତେ ବ୍ୟସ୍ତ ଥିବା ବେଳେ, ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରୁ ନାହାନ୍ତି । କିନ୍ତୁ ସମୟ ବାହାର କରିବାକୁ ହେବ । ମାତ୍ର କିଛି ଲୋକଙ୍କୁ ଲାଗିଥାଏ ଯେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ତଥା ସମୟ ବାହାର କରିବା ନିମନ୍ତେ ବହୁତ ସମୟ ଲାଗିଥାଏ । ଆପଣ ଏହାକୁ ନୀତି ଦିନ ପ୍ରୟୋଗ କରିଲେ ଆପଣ ସ୍ଵସ୍ଥ ରହିପାରିବେ । ଆପଣ ସ୍ଵସ୍ଥ ରହିଲେ ହିଁ ଅଧିକ ଆୟ ଉପାର୍ଜନ କରି ପାରିବେ । ଆଜିଭଳି ଦିନରେ ଘରେ ଘରେ ଔଷଧ ଦେଖିବାକୁ ମିଳୁଅଛି ସକାଳ ର ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ମନୁଷ୍ୟ ସର୍ବ ପ୍ରଥମେ ଔଷଧ ସେବନ କରି ଆଗାମୀ କାର୍ଯ୍ୟ କରିବା ନିମନ୍ତେ ଚିନ୍ତା କରିଥାଏ । କିନ୍ତୁ ଆପଣ ଯଦି ଛୋଟ ଛୋଟ କଥାର ଧ୍ୟାନ ରଖନ୍ତି ତେବେ ନିଜ ଜୀବନରେ ବହୁତ ଖୁସିରେ ରହିବେ । ଆଜି ଆମ୍ଭେ ଏଭଳି ଏକ ଛୋଟ ଜିନିଷ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ସମ୍ବନ୍ଧରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

କାରଣ ତାହା ଆମ୍ଭ ଶରୀର ନିମନ୍ତେ ଅତ୍ୟନ୍ତ ଆବଶ୍ୟକ । ତାହା ହେଉଛି ଜଳ । ସାଧାରଣତ ଆମ୍ଭ ଜୀବନରେ ଜଳର ଭୂମିକା ଅଧିକ ରହିଅଛି । କାରଣ ମନୁଷ୍ୟ ଶରୀରର ଗଠନରେ ୭୦ ପ୍ରତିଶତ ଜଳ ରହିଅଛି । ଆମ୍ଭେ ପିଲାଦିନୁ ଶୁଣି ଆସିଛୁ ଯେ, ମନୁଷ୍ୟ ର ଶରୀର ୫ ଟି ତତ୍ଵ ରୁ ମିଶି ଆରମ୍ଭ ହୋଇଅଛି । ସେହି ମଧ୍ୟରୁ ଜଳ ଏକ ତତ୍ଵ ଅଟେ । ମାତ୍ର ଜଳ ର ମହତ୍ଵ ସମସ୍ତ ତତ୍ଵ ଙ୍କ ଠାରୁ ଅଧିକ ରହିଅଛି । ୭୦ ଭାଗ ଜଳରେ ଆମ୍ଭ ମାନଙ୍କ ଶରୀରରେ ରହିଅଛି ।

ସାଧାରଣତ ସମସ୍ତ ବିମାରୀ ଥଣ୍ଡା ପାଣି ସେବନ କରିବା ଦ୍ଵାରା ହୋଇଥାଏ । ମାତ୍ର ନୀତିଦିନ ସକାଳୁ ଯଦି ଆପଣ ଗରମ ପାଣି ର ସେବନ କରନ୍ତି, ତେବେ ତାହା ଆପଣଙ୍କ ନିମନ୍ତେ ବହୁତ ଲାଭ ଦାୟକ ସାବ୍ୟସ୍ତ ହେବ । ଯଦି ଆପଣ ଗରମ ପାଣି ର ସେବନ ବାସୀ ମୁହଁ ରେ କରନ୍ତି ତେବେ ତାହା ଆପଣ ମାନଙ୍କ ନିମନ୍ତେ ବହୁତ ଲାଭ ଦାୟକ ଅଟେ । ଆପଣ ସକାଳୁ ଉଠି ୧ ରୁ ୨ ଗିଲାସ ଗରମ ପାଣି ର ସେବନ କରନ୍ତୁ । ଏହି ଅଭ୍ୟାସ କୁ ଯଦି ଆପଣ ଆପଣାଇ ନିଅନ୍ତି ତେବେ ଆପଣ ନିଜ ଶରୀରର ସମସ୍ତ ରୋଗ କୁ ସମାପ୍ତ କରି ପାରନ୍ତି ।

ଡାଇବେଟିକ୍ସ ଠାରୁ ଆରମ୍ଭ କରି ଏହା ଆପଣଙ୍କ ଚେହେରାର ବ୍ରଣ କୁ ମଧ୍ୟ ହ୍ରାସ କରାଇବାରେ ସାହାର୍ଯ୍ୟ କରିବ । ଆପଣ ସକାଳୁ ଉଠି ବାସୀ ମୁହଁ ରେ ପାଣି କୁ ନିଜ ପାଟି ମଧ୍ୟରେ ଘୁମାଇ ସେବନ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ପାଟିରେ ଥିବା ସମସ୍ତ ଲାଳ ଆପଣଙ୍କ ପେଟ ମଧ୍ୟକୁ ଜିବ । ଏହା ଆପଣଙ୍କ ପେଟ କୁ ସଠିକ କରିବା ସହିତ ଆପଣଙ୍କର ଡାଇଜେସନ ଠିକ ଭାବରେ ହେଉ ନଥିଲେ ତାହାକୁ ସଠିକ କରିବ । ଏଣୁ ସକାଳେ ଉଠି ସର୍ବ ପ୍ରଥମେ ଆପଣ ବାସୀ ମୁହଁ ରେ ଗରମ ପାଣିର ସେବନ କରନ୍ତୁ ।

Spread the love