ଜଗଦ୍ଦୀଶ ଓ ଜୟନ୍ତଙ୍କୁ ‘ଇଲା-ବଂଶୀଧର ପଣ୍ଡା’ କଳା ସମ୍ମାନ

ଭୁବନେଶ୍ୱର ୭।୯:  କଳା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ-୨୦୨୧ ଘୋଷଣା ହୋଇଛି। ବରିଷ୍ଠ ଚିତ୍ରକର ଜଗଦ୍ଦୀଶ ଚନ୍ଦ୍ର କାନୁନଗୋ ଓ ପ୍ରଶିଦ୍ଧ ଘୁମରା ଶିଳ୍ପୀ ଜୟନ୍ତକୁମାର ବେହେରା ଚଳିତବର୍ଷ ଏହି ପୁରସ୍କାର ନିମନ୍ତେ ମନୋନୀତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଏହି ପୁରସ୍କାର ଇଲା ପଣ୍ଡାଙ୍କ ନାମରେ ନାମିତ ଥିଲା। ତେବେ ଚଳିତବର୍ଷ ଠାରୁ ରାଜ୍ୟର ବିଶିଷ୍ଠ ଉଦ୍ୟୋଗପତି ବଂଶୀଧର ପଣ୍ଡାଙ୍କ ନାମ ଏଥିରେ ସଂଯୁକ୍ତ ହୋଇଛି। ପୁରସ୍କାର ବାବଦେ ମନୋନୀତ ଉଭୟ କଳାକାରଙ୍କୁ ନଗଦ ପୁରସ୍କାର ସାଙ୍ଗକୁ ମାନପତ୍ର ଓ ସ୍ମୃତି ଫଳରେ ସମ୍ବର୍ଦ୍ଧିତ କରାଯିବ।

ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଚଳିତବର୍ଷର ଶାରଳା ପୁରସ୍କାର ପୂର୍ବରୁ ଘୋଷଣା ହୋଇ ସାରିଛି। ଉପନ୍ୟାସ ‘ଅଭିପ୍ରେତ କାଳ’ ଲାଗି ଲେଖିକା ପାରମିତା ଶତପଥୀଙ୍କୁ ଏହି ପୁରସ୍କାର  ନିମନ୍ତେ ମନୋନୀତ ହୋଇଛନ୍ତି।   ଏହି ପୁରସ୍କାର ସମୂହ ଆସନ୍ତା ଅକ୍ଟୋବର ମାସରେ ବିତରଣ କରାଯିବ।  

Spread the love