ଜୁନ 4ରେ କେରଳ ଛୁଇଁବ ମୈାସୁମୀ: ଦୁଇ ସପ୍ତାହ ପରେ ଓଡ଼ିଶା ଆଗମନ

ତାତିରେ ସିଝୁଛି ସାରା ଓଡ଼ିଶା । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହେତୁ ପ୍ରବଳ ଗରମ ଲୋକଙ୍କୁ ଅସ୍ତବ୍ୟସ୍ତ କରିଲାଣି । ଜୁନ 4 ରେ ମୈାସୁମୀ କେରଳ ଛୁଇଁବା ନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି । ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକଙ୍କ ଜୀବନଯାପନରେ ପରିବର୍ତ୍ତନ ଦେଖାଦେଉଛି । ଆସନ୍ତା ଜୁନ 4ରେ କେରଳକୁ ମୈାସୁମୀ ଆଗମନ କରିବା ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରି ସୂଚନା ଦେଇଛି  । ଏହାପୂର୍ବରୁ ମେ 22ସୁଦ୍ଧା ଆଣ୍ଡାମାନ ଛୁଇଁବ ମୈାସୁମୀ । ମୈାସୁମୀ କେରଳ ଛୁଇଁବାର ଏକ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଓଡ଼ିଶା ଛୁଇଁଥାଏ ।

Spread the love