ଓଡିଶାରେ ଭୋଟ ଗଣତି ପାଇଁ ଅଧିକ ସମୟ ଲାଗିବ: ମୁଖ୍ୟ ନିର୍ବାଚନ ଅଧିକାରୀ

ଆସନ୍ତା 23 ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ଭୋଟ ଗଣତି ପାଇଁ ଭୁବନେଶ୍ୱରରେ ରିଟର୍ଣ୍ଣିଂ ଅଫିସରମାନଙ୍କୁ ଦୁଇ ଦିନ ଧରି ତାଲିମ ଦିଆଯାଉଛି । ଆଜି 16ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସର ଟ୍ରେନିଂ ନେଉଛନ୍ତି । ଗତକାଲି 14ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷିଣ ଦିଆଯାଇଥିଲା । 6 ଦିନ ଧରି 15 ରୁ 20 ତାରିଖ ଯାଏଁ ଟ୍ରେନିଂ ଦିଆଯିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।ସେପଟେ ପ୍ରଥମ ଥର ପାଇଁ ଭିଭିପାଟରେ ଭୋଟ ଗଣତି ହେବାକୁ ଥିବା ବେଳେ 5ଟି ବୁଥରେ ଭିଭିପାଟରେ ଗଣତି ବ୍ୟବସ୍ଥା କରାଯାଇଛି । ଏହା ସହିତ ଓଡିଶାରେ ଗଣତି ଅଧିକ ସମୟ ଲାଗିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ତେବେ ଆସନ୍ତା 15 ତାରିଖରୁ 18 ତାରିଖ ଯାଏଁ ଜିଲ୍ଲା ସ୍ତରର ନିର୍ବାଚନ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଯେପରି ଭୋଟ ଗଣତିରେ କୌଣସି ବିଭ୍ରାଟ ନଘଟେ ସେନେଇ ଦୃଷ୍ଟି ରଖାଯିବ ବୋଲି ପ୍ରେସମିଟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

Spread the love