ମିଡିଆ ସହ ସଂଯୋଜକ ସୁଜିତ୍ ଦାସଙ୍କ ପିତୃ ବିୟୋଗ

ଭୁବନେଶ୍ୱର : ମିଡିଆ ସହ ସଂଯୋଜକ ସୁଜିତ୍ କୁମାର ଦାସଙ୍କ ପିତା ଶିବଦତ ଦାସ ୮୪ ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଛନ୍ତି । ସ୍ୱର୍ଗତଃ ଦାସ ଜଣେ ଫୁଟବଲ ଖେଳାଳି ଭାବେ ଭୁବନେଶ୍ୱର ଓ କଟକର ବିଭିନ୍ନ ପ୍ରତିଷ୍ଠିତ କ୍ଲବ ତଥା ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରି ରାଜ୍ୟରେ ଫୁଟବଲ ଖେଳର ବିକାଶ ପାଇଁ ଉଦ୍ୟମ କରି ଆସୁଥିଲେ । ସ୍ୱର୍ଗତଃ ଦାସଙ୍କ ଭୂବନେଶ୍ୱରସ୍ଥିତ ବାସଭବନରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସଂଗଠନ ସାଧାରଣ ସମ୍ପାଦକ ମାନସ କୁମାର ମହାନ୍ତି, ବିଧାୟକ ଡ. ମୁକେଶ ମହାଲିଙ୍ଗ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଉରୀ ନାଏକ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ
ମହାନ୍ତି, ରମାରଞ୍ଜନ ବଳିୟାରସିଂହ, ବିରଂଚି ନାରାୟଣ ତ୍ରିପାଠୀ, ଠାକୁର୍ ରଞ୍ଜିତ ଦାସ୍‌, ସଜ୍ଜନ ଶର୍ମା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଓ ଭୂବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ସାରଦା ଶତପଥୀ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ପ୍ରମୁଖଙ୍କ ସହ ଦଳର ବହୁ ନେତୃବୃନ୍ଦ ପହଂଚି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଅସମୟରେ ଶୋକସନ୍ତପ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ ପାଇଁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Spread the love