ପର୍ସରେ ଏହି ଜିନିଷ ରଖିଲେ ଏହା ଆପଣଙ୍କୁ ଧନବାନ କରାଏ।

ସ୍ୱାଗତ ଜଣାଉଛୁ ଆମେ ଆଜିର ଏହି ସ୍ୱତନ୍ତ୍ର ଚର୍ଚ୍ଚା ଉପରେ। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ବଡ଼ ଧ୍ୟାନଦାୟକ କଥା ଚର୍ଚ୍ଚା କରିବାକୁ ଯାଉଛୁ। ଆପଣ ନିଜର ଦୈନନ୍ଦିନ ଜୀବନରେ ଅନେକ କିଛି ପରୀକ୍ଷା ନୀରିଖ୍ୟା ଦେଇ ଗତି କରୁଥିବେ ଆଉ ତାହା ଭିତରୁ ଆପନଙ୍କୁ ବହୁତ କିଛି ଉତ୍ତର ବି ମିଳୁଥିବ। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ କାର୍ଯ୍ୟ ବାବଦରେ କଥା ହେବାକୁ ଯାଉଛୁ ଯାହା କି ଆପଣଙ୍କ ଜୀବନ ପାଇଁ ନିତାନ୍ତ ଲାଭପ୍ରଦ ହେଇପାରେ।

ଆଜି ଆମେ ଆପଣଙ୍କ ପାଖରେ ଆପଣଙ୍କ ପର୍ସ ବାବଦରେ କହିବାକୁ ଯାଉଛୁ। ତେବେ ଆପଣଙ୍କୁ ଆଜି ଆମେ କିଛି ଏପରି ଜିନିଷ କହିବୁ ଯାହା କରିବା ଦ୍ୱାରା ଆପଣଙ୍କ ପର୍ସ କେବେ ଖାଲି ହେବ ନାହିଁ। ଏହା ଆପଣଙ୍କୁ ଧନୀ କରାଇବ। ତେବେ ଆସନ୍ତୁ ଆରମ୍ଭ କରିବା। ଆପଣ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ। ପ୍ରତ୍ୟେକ ମନୁଷ୍ୟ ସୁଖ ଜୀବନ ଯାପନ କରିବା ପାଇଁ ଚେଷ୍ଟା କରିଥାଏ। ସେମାନେ ସୁଖ ଜୀବନ ଯାପନ ପାଇଁ ଟଙ୍କା ରୋଜଗାର କରିବା ପାଇଁ ଚାହାନ୍ତି। ମାତ୍ର ସମସ୍ତେ ଟଙ୍କା ରୋଜଗାର କରିବାରେ ସଖ୍ୟମତା ଲାଭ କରି ପାରନ୍ତି ନାହିଁ। ସେମାନେ ହୁଏତ ଦିନରେ ନିଜର ପର୍ସରେ ଟଙ୍କା ଭରି ଚାଲି ଯାଆନ୍ତି ଆଉ ସନ୍ଧ୍ୟା ବେଳକୁ ତାଙ୍କ ପର୍ସରେ ଟଙ୍କା ନଥାଏ। ଏଭଳି ପରିସ୍ଥିତିରେ ମନୁଷ୍ୟ ସର୍ବଦା ନିଜର ଭାଗ୍ୟର ସହାରା ଖୋଜିଥାଏ।

ଆପଣ ମାନଙ୍କ ଭିତରୁ ବହୁତ ଲୋକ ନିଜର ପର୍ସର ଧ୍ୟାନ ବହୁତ ଭଲ ଭାବରେ ରଖନ୍ତି। ଆପଣ ନିଜର ପର୍ସକୁ ସଫା କରନ୍ତି ଆଉ ତାହାର ଯତ୍ନ ନିଅନ୍ତି। ତେବେ ଆପଣଙ୍କୁ ଯଦି କେହି ପର୍ସ ଉପହାରରେ ଦିଏ ତାହେଲେ ତାହା ଆପଣଙ୍କ ପାଇଁ ବହୁତ ଶୁଭ ହେଇଥାଏ। ମାତ୍ର ଆପଣଙ୍କ ପାଖରେ ଗୋଟେ ଉପଦେଶ କି ଆପଣ ଗୋଟେ ବର୍ଷ ପରେ ନିଜର ସେହି ପର୍ସକୁ ଆଉ ବ୍ୟବହାର କରନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ କ୍ଷତିକାରକ ହେଇଥାଏ । ଆପଣ ପର୍ସ ପୁରୁଣା ହେବା ପରେ ତାହାକୁ ବଦଳାଇ ଦିଅନ୍ତୁ। ଏହା ଆପଣଙ୍କୁ ଧନୀ କରିପାରେ।

ଏହାର କାରଣ ଏହା କି ଆମେ ଟଙ୍କାକୁ ସ୍ୱୟଂ ଲକ୍ଷ୍ମୀ ମାନିଥାଉ। ଏହାକୁ ଆପଣ ମଇଳାରେ ରଖିଲେ ମାତା ଲକ୍ଷ୍ମୀ ରାଗିଯାନ୍ତି। ଚିରା ଫଟା ପର୍ସ ବ୍ୟବହାର କଲେ ତାହା ଆମର ଅଯଥା ଖର୍ଚ ବଢ଼ାଇଥାଏ। ଆପଣ ପୁରୁଣା ପର୍ସକୁ ନୂଆ ପର୍ସ ଆସିବା ପରେ ଆଉ ଫୋପାଡ଼ି ଦିଅନ୍ତୁ ନାହିଁ। ଏହାକୁ ନେଇ କେଉଁ ଛୋଟ ଗଛ ମୂଳରେ ରଖି ଦିଅନ୍ତୁ। ଯଦି ଆପଣ ମାତା ଲକ୍ଷ୍ମୀଙ୍କ ନିଜ ପର୍ସରେ ସର୍ବଦା ରଖିବାକୁ ଚାହାନ୍ତି ତାହେଲେ ଆପଣ ଏକ ରୁପା ମୁଦ୍ରା ଆଣି ନିଜ ପର୍ସରେ ରଖନ୍ତୁ ଆଉ ତାହାପରେ ଆପଣ ପ୍ରଭାବ ଦେଖନ୍ତୁ। ଯଦି ଆପଣଙ୍କ ପାଖରେ ରୁପା ମୁଦ୍ରା କିଣିବାର ଟଙ୍କା ନାହିଁ ତାହେଲେ ଆପଣ କଉଡ଼ି ବି ବ୍ୟବହାର କରିପାରିବେ ଯାହା କି ଶସ୍ତା ଅଟେ।

Spread the love