ଅପରେସନ୍ କରି ମୁଣ୍ଡରେ ଲଗାଇଛନ୍ତି ସୁନାର କେଶ, ବେଣି ବଦଳରେ ଝୁଲାଇଛନ୍ତି ମାଳମାଳ ଗୋଲ୍ଡେନ୍ ଚେନ୍

ଅସ୍ତ୍ରୋପଚାର କରି କେଶ ବଦଳରେ ତାଙ୍କ ମୁଣ୍ଡରେ ସୁନା ଚେନ୍ ଲଗାଇଛନ୍ତି। ଡାନ୍ ଦାବି କରିଛନ୍ତି ଯେ ସେ ହେଉଛନ୍ତି ଦୁନିଆର ପ୍ରଥମ ବ୍ୟକ୍ତି ଯିଏକି ଏପରି କରିଛନ୍ତି। ଆମେରିକାର ରାପର ଡାନଙ୍କ କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ସେ ଏପରି ହେୟାର୍ ଟ୍ରାନ୍ସପ୍ଲାଣ୍ଟ କରାଇଥିବା ଦେଖାଯାଇଛି। ଏହା ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, ଅସ୍ତ୍ରୋପଚାର ମାଧ୍ୟମରେ ଡାନ୍ ତାଙ୍କ ମୁଣ୍ଡରୁ ସମସ୍ତ କେଶ ହଟାଇ ଦେଇଛନ୍ତି। ଏହା ପରେ ସେ ହୁକ୍ ଲଗାଇ ସେଥିରେ ସୁନା ଚେନ୍ ଲଗାଇଛନ୍ତି। ଡାନ୍ ବହୁତ ମୋଟା ମୋଟା ଚେନ୍ ଲଗାଇଛନ୍ତି। ଏହି ଆମେରିକୀୟ ଷ୍ଟାର୍ ତାଙ୍କ ସୋସିଆଲ ମିଡିଆ ପ୍ରଶଂସକଙ୍କୁ କହିଛନ୍ତି ଯେ ସେ ଏହାକୁ ଅନେକ ଦିନରୁ କରିବାକୁ ଯୋଜନା କରିଥିଲେ। ସୋସିଆଲ ମିଡିଆରେ ଡାନଙ୍କ ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

Spread the love