ଦିନିକିଆ ଗଜପତି ଗସ୍ତରେ ମୁଖ୍ୟ ଶାସନ ସଚିବ, ଛେଳିଗଡ ଜଳ ସେଚନ ପ୍ରକଳ୍ପର କଲେ ସମୀକ୍ଷା

ମୋହନା ୧୧।୯: ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଐତିହାସିକ ମହେନ୍ଦ୍ରଗିରି ପରିଦର୍ଶନ କରିଛନ୍ତି । ଏହାପରେ ଚନ୍ଦ୍ରଗିରି ତିବ୍ଦତୀୟ ଡାକ ବଙ୍ଗଳାରେ ଗଜପତି ଜିଲ୍ଲାରେ ପର୍ଯ୍ୟଟନର ବିକାଶ ସହ ଛେଳିଗଡ ଜଳ ସେଚନ ପ୍ରକଳ୍ପ ଉପରେ ସମୀକ୍ଷା କରିଥିଲେ ।

ତେବେ ଗଜପତି ଜିଲ୍ଲାରେ ଲାଗିରହିଥିବା ଆନ୍ଧ୍ର ଓଡିଶା ସୀମା ବିବାଦ ଓ ଏହାକୁ ନେଇ ଗତ ଦୁଇ ଦିନ ତଳେ ଗଜପତି ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କୁ ଆନ୍ଧ୍ର ମନ୍ତ୍ରୀଙ୍କ ନାଲିଆଖି ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ମୁହଁ ଖୋଲି ନଥିଲେ । ଗଜପତି ଜିଲ୍ଲାରେ ବହୁ ପର୍ଯ୍ୟଟନ କ୍ଷେତ୍ର ରହିଛି । ଏହାର ବିକାଶ ହେଲେ ଜିଲ୍ଲାବାସୀ ରୋଜଗାର ପାଇବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Spread the love