ମୋଦିଙ୍କ ଜନ୍ମଦିନରେ ବିଜେପି ତିଆରି କରିବ ନମୋ ଗାର୍ଡେନ: କଂଗ୍ରେସର ପ୍ରଶ୍ନ-ସରକାରୀ ଖର୍ଚ୍ଚରେ କାହିଁକି ହେଉଛି ଜନ୍ମଦିନ ଆୟୋଜନ

ଭୋପାଲ ୧୩/୦୯ : ଆଗାମୀ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ବିଜେପି ନମୋ ଗାର୍ଡେନ ନିର୍ମାଣକୁ ନେଇ ରାଜନୀତି ସରଗରମ ହୋଇଛି। ସରକାରୀ ଖର୍ଚ୍ଚରେ ସମାରୋହ ଆୟୋଜନ କରିବା ଓ ଜନତାଙ୍କୁ ଅଣଦେଖା କରିବା କଂଗ୍ରେସ ଆରୋପ ଲଗାଇଛି। ବିଜେପି ନିଷ୍ପତ୍ତି ନେଇଛି ଯେ ମୋଦିଙ୍କ ୭୧ତମ ଜନ୍ମଦିନ ଅବସରରେ ବିଜେପି ସମସ୍ତ ୧୦୭୦ ମଣ୍ଡଳରେ ନମୋ ଗାର୍ଡେନ ତିଆରି କରିବ। ଏହି ନମୋ ଗାର୍ଡେନରେ ୧୭ ତାରିଖରେ ୭୧ ଟି ଗଛ ଲଗାଯିବ।

ଖାସ କଥା ହେଲା ନମୋ ଗାର୍ଡେନ ପାଇଁ ଜମି ଜିଲ୍ଲା ପ୍ରଶାସନ ଉପଲବ୍ଧ କରାଇବ। କିନ୍ତୁ ଗଛ ବନବିଭାଗ ଉପଲବ୍ଧ କରାଇବ। ବିଜେପିର ଏହି ପ୍ରସ୍ତୁତିକୁ ନେଇ ରାଜନୀତି ସରଗରମ ହୋଇଛି। ସରକାରୀ ଖର୍ଚ୍ଚରେ ଏସବୁ ବ୍ୟବସ୍ଥା କରିବା ନେଇ କଂଗ୍ରେସ ପ୍ରଶ୍ନ କରିଛି।

ନମୋ ଗାର୍ଡେନକୁ ନେଇ କଂଗ୍ରେସ ବିଜେପିକୁ କାଠଗଡ଼ାରେ ଛିଡା କରାଇଛି। କଂଗ୍ରେସ ପ୍ରବକ୍ତା ଅଜୟ ଯାଦବ କହିଛନ୍ତି ଯେ ବିଜେପି ସମ୍ପୂର୍ଣ୍ଣ ଇଭେଣ୍ଟ ମ୍ୟାନେଜମେଣ୍ଟ ପାର୍ଟି ହୋଇଗଲାଣି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଯେଉଁ ଆୟୋଜନ ହେଉଛି, ତାକୁ ସାରକରାଇ ଖର୍ଚ୍ଚରେ କରାଯାଉଥିବା ଆରୋପ ଲଗାଇ ଅଜୟ ଯାଦବ କହିଛନ୍ତି ବିଜେପିକୁ ବର୍ତ୍ତମାନ ଜନତାଙ୍କ ଦୁଃଖ ଯନ୍ତ୍ରଣାରେ କିଛି ଫରକ ପଡୁନି।

ମୋଦିଙ୍କ ଜନ୍ମଦିନରୁ ଅକ୍ଟୋବର ୭ ତାରିଖ ଯାଏଁ ସେବା ଓ ସମର୍ପଣ ଅଭିଯାନ ଚଲାଇବାକୁ ବିଜେପି ନିଷ୍ପତ୍ତି ନେଇଛି। ସେପ୍ଟେମ୍ବର ୧୬ ତାରିଖରେ ସବୁ ଜିଲ୍ଲାର ୭୧ ମନ୍ଦିରରେ ସ୍ୱଚ୍ଛତା ଅଭିଯାନ କରାଯିବ। ୧୭ ତାରିଖରେ ମୋଦିଙ୍କ ଦୀର୍ଘାୟୁ କାମନା କରି ମନ୍ଦିରମାନଙ୍କରେ ହନୁମାନ ଚାଳିଶା ପାଠ ଆୟୋଜନ କରାଯିବ। ୧୭ ରୁ ଅକ୍ଟୋବର ୭ ଯାଏଁ ଭ୍ୟାକସିନେସନ ଅଭିଯାନ ଅନୁଯାୟୀ ୭୧ ଲକ୍ଷ ଭ୍ୟାକସିନ ଲଗାଇବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ୭ ତାରିଖରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁଯାୟୀ ଅନ୍ନ ଉତ୍ସବ କାର୍ଯ୍ୟକ୍ରମ ହେବ। ଅକ୍ଟୋବର ୭ ତାରିଖରେ ଶାସନ ମୁଖ୍ୟ ଭାବେ ୨୦ ବର୍ଷ ପୂରଣ ହେଉଛି।

Spread the love