ଜଳମୟ ଚୌଦ୍ଵାର, ରାସ୍ତାରେ ବୁଲିଲା ୧୫ ଫୁଟର ବିରାଟ ଅଜଗର

ଚୌଦ୍ଵାର, ୧୩/୦୯: କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ଦେବୀନଗର ଗ୍ରାମ ମୁଖ୍ୟଦ୍ୱାରର ୫୫ ନମ୍ବର ଜାତୀୟ ରାଜପଥରେ ଅଜଗର ସାପ ଦେଖିବାକୁ ମିଳିଛି ।  ୧୫ ଫୁଟରୁ ଅଧିକ ଲମ୍ବର ଏହି ବିରାଟ ଅଜଗର ସାପଟି ପ୍ରାୟ ୨୫ କେଜିରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି ।

ଆଜି ପ୍ରାୟ ସନ୍ଧ୍ୟା ୭.୩୦ରେ ସାପଟି ରାସ୍ତାରେ ରହିଥିବା ଦେଖାଯାଇଥିଲା । ସ୍ଥାନୀୟ ଲୋକେ ସାପଟିକୁ ଘେରି ଯାଇ ଚୌଦ୍ଵାର ବନପାଳଙ୍କୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀ ଅଜଗର ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛଡ଼ାଯିବ ବୋଲି କହିଛନ୍ତି । ଲଘୁଚାପ ଜନିତ ପ୍ରବଳ ବର୍ଷାରେ ସବୁଆଡେ ଜଳମୟ ହୋଇ ଯାଇଥିବାରୁ ସାପଟି ରାସ୍ତାକୁ ଚାଲି ଆସିଥିବା ବନବିଭାଗ କର୍ମଚାରୀ କହିଛନ୍ତି ।

Spread the love