ଅମିତ ଶାହଙ୍କ ରୋଡ ଶୋ ଉପରେ ଆକ୍ରମଣ ପ୍ରତିବାଦରେ ରାଜ୍ୟ ବିଜେପିରେ କଳା କପଡା ବାନ୍ଧି ଧାରଣା

ସୁସ୍ଥ ଗଣତନ୍ତ୍ରରେ ପ୍ରଚାର କରିବାର ଅଧିକାର ସମସ୍ତ
ରାଜନୈତିକ ଦଳ ଓ ନେତାମାନଙ୍କର ଅଛି । ଗତକାଲି ପଶ୍ଚିମବଙ୍ଗର କଲିକତା ବିଶ୍ୱବିଦ୍ୟାଳୟ  ସମ୍ମୁଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ରୋଡ୍ ଶୋ କରୁଥିବା ସମୟରେ ତାଙ୍କ ଉପରକୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ତୃଣମୁଳ କଂଗ୍ରେସର ଗୁଣ୍ଡାମାନେ
ଆକ୍ରମଣ କରିଥିଲେ ।

ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଓ ବିଜେପିର ବଢୁଥିବା ଜନପ୍ରିୟତାକୁ ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଗଣତନ୍ତ୍ରର କଣ୍ଠରୋଧ କରିବାର ଅପଚେଷ୍ଟା କରିବା ପାଇଁ ଚେଷ୍ଟା କରୁଛନ୍ତି । ଟିଏମସିର ଗୁଣ୍ଡାମାନେ ଗତକାଲି ରୋଡ ଶୋରେ ବିଜେପି କାର୍ଯ୍ୟକର୍ତାମାନଙ୍କ ଉପରକୁ ଟେକାପଥର ମାଡ କରିବା ସହ ପଶ୍ଚିମବଙ୍ଗର ପରିଚୟ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୃତି ଭାଙ୍ଗିବା, ଗାଡିମୋଟରରେ ନିଆଁ ଲଗାଇବା ଭଳି କାମ କରିଛନ୍ତି
ା ଦେଶରେ ସବୁଆଡେ ଶାନ୍ତିପୁର୍ଣ୍ଣ ଭାବେ ନିର୍ବାଚନ ଚାଲିଥିବାବେଳେ ପଶ୍ଚିମବଙ୍ଗର ଏହି ଘଟଣା ଦେଶର ଗଣତନ୍ତ୍ରରେ ଏକ କଳାଦାଗ ଲଗାଇଛି ।

ଗତକାଲି ପଶ୍ଚିମବଙ୍ଗରେ ମମତାଙ୍କ କର୍ମୀମାନଙ୍କର
ଗୁଣ୍ଡାରାଜର ମାତ୍ରା ଏତେ ଅଧିକ ଥିଲା ଯେ ଶ୍ରୀ ଶାହା ଯେଉଁ ଗାଡିରେ ବସିଥିଲେ ତା’ ଉପରକୁ ଟିଏମ୍ସି ଦଳର କର୍ମୀମାନେ ଠେଙ୍ଗାମାଡ କରିବା ସହ ଶାହା ଫେରିଯାଅ ବୋଲି ନାରା ଦେଇଥିଲେ । ଏହି ସମୟରେ ପଶ୍ଚମି ବଙ୍ଗ ପୋଲିସ ସେଠାରେ ଉପସ୍ଥିତ ଥାଇ ବି ଚୁପ ଚାପ ବସି ତାମସା ଦେଖୁଥିଲେ । ପଶ୍ଚିମବଙ୍ଗରେ ଖୋଲା ଖୋଲି ଭାବେ ଗଣତନ୍ତ୍ରର ହତ୍ୟା ଚାଲିଛି । ତୁରନ୍ତ ତୃଣମୁଳ କଂଗ୍ରେସର ଗୁଣ୍ଡାମାନଙ୍କୁ ଗିରଫ କରିବା ସହ ପଶ୍ଚିମବଙ୍ଗରେ ଶାନ୍ତିପୁର୍ଣ୍ଣ ଭାବେ ନିର୍ବାଚନ କରାଇ ଗଣତନ୍ତ୍ର ବଂଚାଇବା ଦାବିରେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟ ପାଖ ଦିନଦୟାଲ ପାର୍କରେ ମହଁରେ
କଳା କପଡା ବାନ୍ଧି ଶାନ୍ତିପୁର୍ଣ୍ଣ ଧାରଣା ଦିଆଯାଇଛି ।
ପଶ୍ଚିମବଙ୍ଗରେ ତୃଣମୁଳ କଂଗ୍ରେସର ରାଜନୈତିକ ଅସହିଷ୍ଣୁତା ବର୍ବରତାର ସୀମା ଟପିଲାଣି । ପୁରା ରାଜ୍ୟରେ ଏବେ ରାଜନୈତିକ ହିଂସା ବଢିବାରେ ଲାଗିଛି । ସ୍ଥାନିୟ ପୋଲିସର ସହାୟତାରେ ଶାସକ ତୃଣମୁଳ କଂଗ୍ରେସର ଗୁଣ୍ଡାମାନେ ବିଜେପି କର୍ମୀମାନଙ୍କୁ ହତ୍ୟା କରିବାରେ ଲାଗିଛନ୍ତି ।

ଗତ ଷଷ୍ଠ ପର୍ଯାୟ ନିର୍ବାଚନରେ ପଶ୍ଚିମବଙ୍ଗରେ ତୃଣମୁଳ କଂଗ୍ରେସର ଗୁଣ୍ଡାମାନଙ୍କ ଦ୍ୱାରା ୪ ଜଣ ବିଜେପି କାର୍ଯ୍ୟକର୍ତାଙ୍କ ହତ୍ୟା କରିଥିଲେ । ଝାରଗ୍ରାମରେ ବିଜେପିର ନିର୍ବାଚନ ସଭା ପାଇଁ ପଡିଆ ଯୋଗାଇ ଦେଇଥିବା ବିଜେପିର ଜଣେ କାର୍ଯ୍ୟକର୍ତାଙ୍କର ଶବକୁ ମାରି ଝୁଲାଇ ଦିଆଯାଇଛି ତୃଣମୁଳ କଂଗ୍ରେସର
ଗୁଣ୍ଡାମାନଙ୍କ ଦ୍ୱାରା । ସେହିପରି ଶେଷ ପର୍ଯାୟ ନିର୍ବାଚନ ହେବାକୁ ଥିବା ଲୋକସଭା କ୍ଷେତ୍ରରେ ବି ବିଜେପିର ସମର୍ଥମମାନଙ୍କୁ ବାଛି ବାଛି ଆକ୍ରମଣ କରାଯାଉଛି । ପଶ୍ଚିମବଙ୍ଗରେ ହୋଇଥିବା ଗତ ପଂଚାୟତ ନିର୍ବାଚନରେ ବିଜେପିର ସମୁଦାୟ ୧୯ କର୍ମୀମାନଙ୍କୁ ତୃଣମୁଳ କଂଗ୍ରେସର ଗୁଣ୍ଡାମାନେ ହତ୍ୟା କରିଥିଲେ ।
ଦେଶରେ ସମସ୍ତ ରାଜ୍ୟରେ ଶାନ୍ତିପୁର୍ଣ୍ଣ ଭାବେ ନିର୍ବାଚନ ହେଉଥିବା ବେଳେ ପଶ୍ଚିମବଙ୍ଗରେ କିନ୍ତୁ ଓଲଟା ହେଉଛି । ଦିନେ ସ୍ୱାଧୀନତା ଆନ୍ଦୋଳନର ପ୍ରାଣକେନ୍ଦ୍ର ପାଲଟିଥିବା ପଶ୍ଚିମବଙ୍ଗରେ
ଲୋକମାନେ ଆଜି ନିଜର ମତଦାନ କରିବାର ସ୍ୱାଧୀନତାକୁ ବି ହରାଇବା ସ୍ଥିତିରେ ଅଛନ୍ତି । କ୍ଷମତାରେ ଥିବା ତୃଣମୁଳ କଂଗ୍ରେସ ତାର କ୍ଷମତା ବଂଚାଇବା ପାଇଁ ରାଜନୈତିକ ହିଂସାକୁ ଏକମାତ୍ର ଆୟୁଧ କରିଛିା ଯିଏ ତୃଣମୁଳ କଂଗ୍ରେସକୁ ବିରୋଧ କରିବ ତାର ପରିବାରଲୋକମାନଙ୍କୁ ହତ୍ୟା କରିବା, ମିଛ
ମୋକଦ୍ଦମାରେ ଫଶାଇବା ଆଜି ପଶ୍ଚିମବଙ୍ଗରେ ସାଧାରଣ ଘଟଣା ହୋଇଛି ।

ପଶ୍ଚିମବଙ୍ଗକୁ ଏହି ରାଜନେତିକ ଅରାଜକତାରୁ ମୁକ୍ତ କରିବାକୁ ପଡିବ ବୋଲି ବିଜେପି ପକ୍ଷ୍ୟରୁ କୁହାଯାଇଛି । ଆଜିର ଏହି ପ୍ରତିବାଦ ଏବଂ ଧାରଣା ସଭାରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ
ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ(ସଙ୍ଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରମାରଂଜନ ବଳିଆର ସିଂ ଓ ଶଙ୍ର୍କଷଣ ପରିଡା, ରାଜ୍ୟ ସମ୍ପାଦକ ଜତିନ ମହାନ୍ତି, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଗୋଲକ ମହାପାତ୍ର, ଗୋବିନ୍ଦ ଅଗ୍ରୱାଲ ଓ ଉମାକାନ୍ତ ପଟ୍ଟନାୟକ, ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡା, ବିଜେପି ନେତା ଜଗନ୍ନାଥ ପ୍ରଧାନ, ବାବୁ ସିଂ, ବିଶ୍ୱରଂଜନ ବଡଜେନା, ସୁବାସ ଜେନା ସମେତ ବିଜେପି ଅନେକ ନେତା ଏବଂ କାର୍ଯ୍ୟକର୍ତା ପ୍ରମୁଖ
ଉପସ୍ଥିତ ଥିଲେ ।

Spread the love