ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ, ହାଇକୋର୍ଟରେ ଖାରଜ ହେଲା ଆବେଦନ

ହାଇକୋର୍ଟରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗ । କଟକ ବାଲୁବଜାର ପୂଜା କମିଟି ପିଟିସନ ଅଦାଲତରେ ଅଗ୍ରାହ୍ୟ । ରାଜ୍ୟ ସରକାରଙ୍କ ଅଗଷ୍ଟ ୯ ଗାଇଡଲାଇନରେ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ । ବାଲୁବଜାର ପୂଜା କମିଟି ମଧ୍ୟ
ସରକାରଙ୍କ ଗାଇଡଲାଇନ ଅନୁଯାୟୀ କରିବେ ଦୁର୍ଗାପୂଜା । ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ ମଧ୍ୟରେ ସୀମିତ ରହିବ ବୋଲି ହାଇକୋର୍ଟ କହିଛନ୍ତି । ଗତକାଲି ହାଇକୋର୍ଟ କଟକ ବାଲୁବଜାର ଦୁର୍ଗାପୂଜା କମିଟି ପକ୍ଷରୁ ଆଗତ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ।

Spread the love