ଷ୍ଟାଫ୍ ସିଲେକ୍ସନ୍ ଦୁର୍ନୀତି ଅଭିଯୋଗ ମାମଲା : ବିରଞ୍ଚି ନାରାୟଣ ସାହୁଙ୍କ ମିଳିଲା ସର୍ତ୍ତମୂଳକ ଜାମିନ

କଟକ ୨୧।୯: ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ଅଭିଯୋଗ ମାମଲାରେ ବିରଞ୍ଚି ନାରାୟଣ ସାହୁଙ୍କ ଜାମିନ ମଞ୍ଜୁର ହୋଇଛି । ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ । ତଦନ୍ତରେ ବିରଞ୍ଚି ସମସ୍ତ ପ୍ରକାର ସହାୟତା କରିବେ । ତଦନ୍ତକାରୀ ଅଧିକାରୀ ଯେତେବେଳେ ଚାହିଁବେ ତାଙ୍କ ନିକଟରେ ପହଞ୍ଚିବେ। ପ୍ରମାଣ ନଷ୍ଟ କରିବାର ଉଦ୍ୟମ କରିବେନି ବୋଲି ସର୍ତ୍ତ ରଖିଛନ୍ତି ହାଇକୋର୍ଟ ।

ଉଲ୍ଲେଖଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିରଞ୍ଚି ନାରାୟଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜୁଲାଇ ୩୧ରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ବିରଞ୍ଚି । ଓଡିଶା ଷ୍ଟାଫ୍ ସିଲେକସନ୍ ସଦସ୍ୟଙ୍କ ସଚିବ ଥିଲେ ବିରଞ୍ଚି ନାରାୟଣ ସାହୁ ।

Spread the love