ରାତିରେ ପୋଖରୀରୁ ମାଛ ଚୋରି କରୁଥିଲେ ୫ ଯୁବକ, ପହଞ୍ଚିଗଲେ ଗାଁ ମହିଳା, ତାପରେ…

କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୋଲିସ ୫ଜଣ ମାଛ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଖଣ୍ଡେଇପଡା ଗ୍ରାମରେ ଥିବା ଏକ ପଞ୍ଚାୟତ ପୋଖରୀକୁ ଗ୍ରାମର ହାଁସ ହାନ୍ସିଲ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସ୍ୱାବଲମ୍ବୀ ହେବାକୁ ଲିଜ ନେଇ ମାଛ ଚାଷ କରିଥିଲେ। କିନ୍ତୁ ଉକ୍ତ ବିଳମ୍ବିତ ରାତିରେ ୫ ଜଣ ଚୋର ଜାଲ ସାହାଯ୍ୟରେ ମାଛ ମାରୁଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ହାବୁଡ଼ରେ ପଡି ଯାଇଥିଲେ। ପରେ ସେମାନଙ୍କୁ ଧରି ପୋଲିସର ଜିମା ଦେଇଥିଲେ ।

ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଯସ୍ମିନ୍‌ ହେମ୍ବ୍ରମ ପାଟଣା ଥାନାରେ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତି କରି ପାଟଣା ଥାନାରେ ୧୫୫/୨୧ ଏକ ମାମଲା ରୁଜୁ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଖଣ୍ଡେଇ ପଡା ଗ୍ରାମର ଶ୍ରୀରାମ ମାଝୀ (୨୪), ରଘୁନାଥ ସରେନ (୨୧), ଶ୍ୟାମ ସରେନ(୨୨), ଠାକୁରା ମାଝୀ (୨୩) ଓ ଧନେଶ୍ବର ଟୁଡୁ(୨୯) । ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି।

Spread the love